ବରଗଡ଼, ୭/୧୦: ଜୀରା ନଦୀ ପାଖରେ ସୋମବାର ବିଳମ୍ବିତ ରାତିରେ ଡ଼ାକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ବରଗଡ଼ ଟାଉନ ପୋଲିସ୍ ଚଢାଉ କରି ୨ଜଣଙ୍କୁ ଗିରଫ କରିଛି। ତେବେ ଚଢାଉ ସମୟରେ ତିନିଜଣ ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଛନ୍ତି। ଗିରଫ ୨ ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଏସ.କେ ୱାହିଦ୍ ଓ ସୋନପୁର ଜିଲ୍ଲାର ତନ୍ମୟ ବାଗ ।
ଗିରଫ ଯୁବକଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ସହ ୪ ଟି ଗୁଳି , ଗୋଟିଏ ଖାଲି ମାଗାଜିନ୍ ଓ ୩ଟି ଖୋକା ସହ ୩ ଟି ମୋବାଇଲ ଟାଉନ୍ ପୋଲିସ ଜବତ କରିଛ । ଗିରଫ ଯୁବକଙ୍କ ନାରେ ବିଭିନ୍ନ ଜିଲ୍ଲାରେ ୧୧ ଟି ଅପରାଧିକ ମାମଲା ରହିଛି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସପି ଇନ୍ଦୁରେଖ ପଶ୍ଚିମ କକାଟ ସୂଚନା ଦେଇଛନ୍ତି |