ପ୍ରମୂଖ ଖବର
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ

Published By : Harapriya Sethi | May 19, 2025 8:13 AM

କଟକ,୧୯/୦୫: କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା । ନଦୀରୁ ଉଦ୍ଧାର ହେଲା ଦ୍ୱିତୀୟ ମୃତଦେହ । ଏନଡିଆରଏଫ ଟିମ୍‌ର ସର୍ଚ୍ଚ ଅପରେସନ ବେଳେ ଦ୍ୱିତୀୟ ମୃତଦେହ ଉଦ୍ଧାର ହୋଇଛି । ରବିବାର ଜଣେ ଯୁବ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉଭୟ ଯୁବ ଇଞ୍ଜିନିୟର ମହାରାଷ୍ଟ୍ରର ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ରବିବାର କଟକ ସିଡିଏ ସେକ୍ଟର ୧୧ ନିକଟ ବିରେନ ମିତ୍ର ପାର୍କ ପାଖରେ ଦୁଇ ଜଣ ଯୁବକ କାଠଯୋଡି ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ । ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଥିଲେ । ମୃତ ଇଂଜିନିୟର ହେଲେ ଋଷିକେଶ ମାତାଲ । ରବିବାର ଋଷିକେଶ ମାତାଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।  

କହିରଖୁ କି, ତେବେ ଦୁଇ ଯୁବକ ଏଲ୍ ଏଣ୍ଡ ଟି(L&T)କମ୍ପାନୀରେ ଇଞ୍ଜିନିୟରିଂ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ଶନିବାର ଦିନ ପ୍ରାୟ ସାଢେ ୩ଟା ବେଳେ ଗାଧୋଇବା ପାଇଁ ଦୁହେଁ ସେଠାକୁ ଯାଇଥିଲେ । ଏକ ପଥର ବୁରୁଜ ତଳେ ପାଣିର ଗଣ୍ଡ ପାଖରେ ଗାଧୋଇବା ବେଳେ ବୁଡି ଯାଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ସିଡିଏ ଫେଜ୍ ୨ ପୋଲିସ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.