ସୁନ୍ଦରଗଡ, ୩୧।୫ : ଡକାୟତି ଯୋଜନା ପଣ୍ଡ । ଡକାୟତି ଯୋଜନା କରୁଥିବା ବେ​‌ଳେ ମାଡିବସିଲା ସୁନ୍ଦରଗଡ ରାଜଗାଙ୍ଗପୁର ପୁଲିସ। ୬ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ପାଖରୁ  ଗୋଟିଏ ଦେଶୀ ବନ୍ଧୁକ  ଦୁଇଟି ରଡ ଦୁଇଟି ଖଣ୍ଡା  ଗୋଟିଏ ବାଇକ ଜବତ କରିଛି ପୋଲିସ ।

ସୁନ୍ଦରଗଡ ରାଜଗାଙ୍ଗପୁରର ଏକ ପେଟ୍ରୋଲ ଟାଙ୍କି ପଛପଟେ କିଛି ଯୁବକ ଡକାୟତି ପାଇଁ ଯୋଜନା କରୁଥିଲେ। ଏ ନେଇ ବିଶେଷ ସୁତ୍ରରୁ ପୁଲିସ ଖବର ପାଇଥିଲା। ପୁଲିସ ଚଢାଉ କରି ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ  ଗୋଟିଏ ଦେଶୀ ବନ୍ଧୁକ  ଦୁଇଟି ରଡ ଦୁଇଟି ଖଣ୍ଡା  ଗୋଟିଏ ବାଇକ ଜବତ କରାଯାଇଛି ବୋଲି ସୁନ୍ଦରଗଡ ଅତିରିକ୍ତ ଏସପି କୃଷ୍ଣ ପ୍ରସାଦ ମିଶ୍ର କହିଛନ୍ତି।

ଆହୁରି ପଢନ୍ତୁ : କୁଆପଥର ବର୍ଷା ସହ ବଜ୍ରପାତ ସମ୍ଭାବନା, କନ୍ଧମାଳ ଓ ଗଜପତି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ