ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପୂଜାର୍ଚ୍ଚନା ପରେ ତୁମ୍ବରେ ବିନ୍ଧ ଅନୁକୂଳ: ଘେର କାଟୁଛନ୍ତି କରତି, ଚାଳିରେ ପନ୍ଦାରି ବଳା

Published By : Harapriya Sethi | May 7, 2025 7:43 AM

ପୁରୀ,୦୭/୦୫: ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥଖଳା ଚଳଚଞ୍ଚଳ । ପର୍ଯ୍ୟାୟକ୍ରମେ ପ୍ରସ୍ତୁତ ହେଉଛି ରଥ ଚକ । ମଙ୍ଗଳବାର ପୂଜାର୍ଚ୍ଚନା ପରେ ତୁମ୍ବରେ ବିନ୍ଧ ଅନୁକୂଳ କରାଯାଇଛି । ମାହାର୍ଦ୍ଦ ସମର୍ପଣ କରି ଶ୍ରୀଫଳ ଭାଙ୍ଗିବା ସହ ଠାକୁରଙ୍କୁ ସୁମରଣା କରି ତିନି ରଥର ମୁଖ୍ୟ ବିଶ୍ୱକର୍ମା ବିନ୍ଧ ଖୋଦେଇ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ନାହାକା ତୁମ୍ବରେ ସର୍ବପ୍ରଥମେ ବିନ୍ଧ ଅନୁକୂଳ ହୋଇଛି । ପରମ୍ପରା ଅନୁଯାୟୀ ବଡ଼ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରୁ ତୁମ୍ବ ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଛି । 

ସେହିପରି ଦୋଳବେଦିରେ ପନ୍ଦାରି ବଳା ତିଆରି ଚାଲିଛି । ରଥ ନିର୍ମାଣର ପରମ୍ପରା ରହିଛି । ତୁମ୍ବରେ ସୂତା ବାଡ଼ିଆ ପରେ ସାତ ଦିନରେ ବିନ୍ଧ ଅନୁକୂଳ ହେବା କଥା । ଏଥର କାର୍ଯ୍ୟରେ ତତ୍ପରତା ପ୍ରକାଶ ପାଇ ଷଷ୍ଠ ଦିବସରେ ବିନ୍ଧ ଅନୁକୂଳ ହେଲା । ରଥର ନାହାକା ତୁମ୍ବକୁ ଗଡ଼ାଇ ଆଣି ଭୋଇ ସେବକମାନେ ସାଇଜ କରି ରଖିଥିଲେ । ମୁଖ୍ୟ ବିଶ୍ୱକର୍ମା ପ୍ରଥମେ ନିହଣ ଓ ମୁଗୁର ସାହାଯ୍ୟରେ ବିନ୍ଧ ଖୋଦେଇ ଅନୁକୂଳ କରିଥିଲେ । ନାହାକା ତୁମ୍ବକୁ ରଥ ନିର୍ମାଣ ପ୍ରକ୍ରିୟାରେ ସ୍ୱତନ୍ତ୍ର ସ୍ଥାନ ଦିଆଯାଏ । ଏବେ ବିଶ୍ୱକର୍ମାମାନେ ତିନି ରଥର ତୁମ୍ବ କାର୍ଯ୍ୟ ଜାରି ରଖିଛନ୍ତି । ଗୋଟିଏ ତୁମ୍ବରେ ୧୬ ଯୋଡ଼ା ବିନ୍ଧ ଖୋଦେଇ ହେଉଛି । ଆଜି କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ମୋଟ ୪୨ ତୁମ୍ବରୁ ୨୧ଟିରେ ବିନ୍ଧ ସରିଛି । 

ଏପଟେ କରତି ସେବକ ତୁମ୍ବର ଘେର କାଟୁଛନ୍ତି । ତୁମ୍ବ ବିନ୍ଧର ଆକାର ଆୟତାକାର । ଏହାର ଲମ୍ବ ୩ ଇଞ୍ଚ, ଓସାର ପ୍ରାୟ ୨ ଇଞ୍ଚ ଓ ୫ ଇଞ୍ଚ ଗଭୀର । ମଜଭୁତି ପାଇଁ ଦୁଇ ବିନ୍ଧର ମଝିରେ ଇଞ୍ଚେ ମାପର କାଠ ଛଡ଼ା ଯାଉଛି । ବିନ୍ଧରେ ଭୁଞ୍ଜାଯିବ ଅର(ସ୍ପୋକ୍‌)  । ଗୋଟିଏ ଚକରେ ଲାଗିହୁଏ ୧୬ଟି ଅର । ଏହାର ଗୋଟିଏ ମୁହଁକୁ କଟାଯାଇ ଦୁଇଟି ଦାନ୍ତି ଭଳି ତିଆରି ହେବ । ଯାହାକୁ କୁହାଯାଏ ‘ସାଲ’ । ଅରର ଦୁଇ ସାଲକୁ ତୁମ୍ବର ଦୁଇ ବିନ୍ଧରେ ଭୁଞ୍ଜି ପହି ସଂଯୁକ୍ତ ହେଲେ ଚକ ପ୍ରସ୍ତୁତ ହେବ । ସେପଟେ ଦୋଳବେଦି ପରିସରରେ ଠାକୁରଙ୍କ କମାର ସେବକମାନେ ରଥ ପାଇଁ ଆବଷ୍ୟକ ଲୁହା ସାମଗ୍ରୀମାନ ପ୍ରସ୍ତୁତ କରୁଛନ୍ତି । ଅରକଣ୍ଟା ତିଆରି ସହ ପନ୍ଦାରି ବଳା ତିଆରି ଆରମ୍ଭ କରିଛନ୍ତି । ମଙ୍ଗଳବାର ରଥ ନିର୍ମାଣ କାର୍ଯ୍ୟରେ ୧୦୭ ଜଣ ନିୟୋଜିତ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.