ସୋର,୧୨।୨ : ସୋର ଏଡିଜେ ବିଚାରପତି ଏକ ଯୌତୁକ ହତ୍ୟା ମାମଲା ଗୁରୁତ୍ବପୂର୍ଣ ରାୟ ଶୁଣାଇ ତିନି ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଛନ୍ତି l ୨୦୧୦ ମସିହାରେ ଉଲ୍ଲାସ ଖଡ଼ଗପୁର ଗାଁର ଗଙ୍ଗାଧର ବାରିକଙ୍କ ଝିଅ ସ୍ୱପ୍ନାକୁ ସିମୁଳିଆ ଗ୍ରାମର ସନ୍ତୋଷ ବାରିକ ବୈଦିକ ରୀତିରେ ବିବାହ କରିଥିଲେ l ବିବାହ ସମୟରେ କନ୍ୟା ଘର ପକ୍ଷରୁ ସନ୍ତୋଷକୁ ଯୌତୁକ ବାବଦରେ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ବିବାହ ପରେ ଅଧିକ ୫୦ ହଜାର ଟଙ୍କା ଦାବି କରି ସ୍ଵାମୀ ସନ୍ତୋଷ ପରିବାର ପକ୍ଷରୁ ସ୍ୱପ୍ନାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା l
ଗତ ୨୦୧୨ ମସିହା ଜୁନ ସୋର ୩୦ ତାରିଖ ସ୍ୱପ୍ନା ଶାଶୁ ସଞ୍ଜୁମଣୀ ବାରିକ , ଶଶୁର ବିନୋଦ ବାରିକ, ସ୍ୱାମୀ ସନ୍ତୋଷ ବାରିକ ତାକୁ ବିଷ ଦେଇ ହତ୍ୟା କରିଥିବା ମୃତ ମହିଳାଙ୍କ ବାପା ଗଙ୍ଗାଧର ସୋର ଥାନାରେ ଅଭିଯୋଗ କରିଥିଲେ l ସୋର ପୋଲିସ ଅଭିଯୋଗ ପାଇ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା l ସେହି ମାମଲାରେ ସୋର ଏଡିଜେ କୋର୍ଟର ବିଚାରପତି ଉଭୟ ପକ୍ଷରୁ ୧୮ ଜଣ ସାକ୍ଷ ଗ୍ରହଣ କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ସ୍ଵାମୀ ସନ୍ତୋଷ, ଶାଶୁ ସଞ୍ଜୁମଣୀ ଓ ଶଶୁର ବିନୋଦକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି l