ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଶିମିଳିପାଳ ଅଭୟାରଣ୍ୟରେ ବାରାହା ଶିକାର ଅଭିଯୋଗ, ୩ ଶିକାରୀ ଗିରଫ

Published By : Anindita Ratha | January 19, 2025 12:01 PM

ବାଙ୍ଗିରିପୋଷି,୧୯/୧: ଶିମିଳିପାଳ ଅଭୟାରଣ୍ୟରେ  ବାରାହା  ଶିକାର କରିବା ଅଭିଯୋଗ । ଏନେଇ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ଅଭୟାରଣ୍ୟର ଉତ୍ତର ପିଠାବଟା ଓ୍ବାଇଲ୍ଡ ଲାଇଫ ରେଞ୍ଜ ଅଞ୍ଚଳରେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ପଶିଥିଲେ ଶିକାରୀ । ଏନେଇ  ଖବରପାଇ ବନ କର୍ମଚାରୀମାନେ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ । ଏହି ସମୟରେ କିଛି ଲୋକ ବେଆଇନ ଭାବେ ଏକ ଜଙ୍ଗଲୀ ବାରହା ଶିକାର କରିଥିବା ଜାଣି ସେମାନଙ୍କୁ ମାଡ଼ି ବସିଥିଲା ବନ ବିଭାଗ। ସେମାନଙ୍କ ଠାରୁ କଞ୍ଚା ଏବଂ ରନ୍ଧା ହୋଇଥିବା ବାରାହା ମାଂସକୁ ଜବତ କରାଯିବା ସହ ଶିକାର ଉଦ୍ଦେଶ୍ୟରେ ବିଭିନ୍ନ ସାମଗ୍ରୀକୁ ମଧ୍ୟ ଜବତ୍ କରିଛି ବନ ବିଭାଗ। 

ତେବେ ଗିରଫ ଅଭିଯୁକ୍ତମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଭୁଆଶୁଣି ପଞ୍ଚାୟତ ରାମହରିପୁର ଅଞ୍ଚଳ ର ସର୍ଗତଃ ବାବୁରାମ ସିଂଙ୍କ ପୁଅ ବୁଦ୍ଧିଆ ସିଂ, ସନିଆ ସିଂଙ୍କ ପୁଅ ଗୁରା ସିଂ ଏବଂ ବାହାଦୁର ସିଂଙ୍କ ପୁଅ ଧରମୁ ସିଂ। ତେବେ ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି। ସେହିପରି  ଏହି ଶିକାରୀମାନଙ୍କ ମଧ୍ୟରୁ ଅନ୍ୟ ଦୁଇ ଅଭିଯୁକ୍ତ ଖସି ପଳାଇ ଥିବା ବେଳେ ସେମାନଙ୍କୁ ବନ ବିଭାଗ ଧରିବାକୁ ଚେଷ୍ଟା କରୁଥିବା ନେଇ ଶିମିଳିପାଳ ଉତ୍ତର ଡିଭିଜନର ଉପ ନିର୍ଦ୍ଦେଶକ ସମ୍ରାଟ ଗୈଡା ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.