ଆଠମଲ୍ଲିକ,୧୨।୪ .ଆଠମଲ୍ଲିକ କିଶୋରନଗର ଥାନା ଝରାବେରୁଣୀ ଗ୍ରାମ ନିକଟରେ ବାଇକକୁ ଧକାଦେଇ ଓଲଟିଲା ସ୍କୁଲବସ।  ସ୍କୁଲବସ ଧକାରେ ବାଇକ ଆରୋହୀ ଗୁରୁତର। ବାଇକ ଆରେହୀଙ୍କ ପରିଚୟ ମିଳିପାରିନାହିଁ।  ଦୁର୍ଘଟଣାରେ ବାଇକ ଆରୋହୀ  ସହିତ ସ୍କୁଲବସର ଡ୍ରାଇଭର ଓ ହେଲପର ଆହତ ହେଇଛନ୍ତି। ଆହତ ମାନକୁ କିଶୋରନଗର ମେଡିକାଲ ରେ ଭର୍ତ୍ତି କରାଯାଇଛି ।ସ୍କୁଲ ବସଟି ପିଲାମାନଙ୍କୁ ଘରେ ଛାଡି ଫେରୁଥିଲା। ଝରାବେରୁଣୀ ଗ୍ରାମ ନିକଟରେ ବାଇକକୁ ଧକାଦେଇ ବସଟି ଓଲଟି ପଡିଥିଲା।