କଟକ, ୨୯।୧୦ :  ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ୩  ରେଳ କର୍ମଚାରୀଙ୍କୁ  ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ରେଳ କର୍ମଚାରୀ ହେଲେ  ମହମ୍ମଦ ଅମୀର ଖାନ, ଅରୁଣ କୁମାର ମହନ୍ତ ଏବଂ ପପୁ କୁମାର। 

ବାଲେଶ୍ୱର ଜିଲ୍ଲା ବାହାନାଗ ଠାରେ ୨୦୨୩ ଜୁନ୍‌ ୨ ତାରିଖରେ ମର୍ମନ୍ତୁଦ  ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨୯୩ ଜଣ  ଲୋକଙ୍କ ମୃତ୍ୟୁ ହୋଇଥିଲା । ବହୁ ଲୋକ ଆହତ  ହୋଇଥିଲେ । ଏହି ଦୁର୍ଘଟଣା ଦେଶବ୍ୟାପୀ ଆଲୋଡ଼ନ  ସୃଷ୍ଟି କରିଥିଲା । ସିବିଆଇ ଏହି ମାମଲାର ତଦନ୍ତ  କରି ଉପରୋକ୍ତ ତିନିଜଣଙ୍କୁ ଗିରଫ କରିଥିଲା ।  ନିମ୍ନ ଅଦାଲତରୁ ଜାମିନ୍‌ ଖାରଜ ହେବା ପରେ  ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ହାଇକୋର୍ଟରୁ ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଛି।