ଭୁବନେଶ୍ବର, ୧୯/୦୯: ରାଜ୍ୟରେ ବନ୍ଦ ରହିଥିବା ବିଦ୍ୟାଳୟକୁ ନେଇ ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟରେ ବର୍ତ୍ତମାନ ସମୟରେ ୪,୬୧୯ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି । ଏନେଇ ଜିଲ୍ଲା ସ୍ତରୀୟ କମିଟିର ଯାଞ୍ଚ କରି ରାଜ୍ୟ ସ୍ତରୀୟ କମିଟିକୁ ରିପୋର୍ଟ ଦେବା ପରେ ୪୦ଟି ସ୍କୁଲ ପୁଣି ଥରେ ଖୋଲିଛି । ଏହାକୁ ଛାଡ଼ି ଆଉ ୫ଟି ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ପ୍ରସ୍ତାବ ଆସିଛି । ଆଗକୁ ଏହି ସବୁ ବିଦ୍ୟାଳୟକୁ ମଧ୍ୟ ଖୋଲି ଦିଆଯିବ । ତେବେ ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଗୃହର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।