ନୂଆଦିଲ୍ଲୀ,୧୮/୦୨: ଭାରତୀୟ ବ୍ୟାଟରମାନେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଦବଦବା ବଢ଼ାଇ ଚାଲିଛନ୍ତି। ଶ୍ରେଷ୍ଠ ୧୦ ଟି-୨୦ ବ୍ୟାଟରଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ। ଅଭିଷେକ ଶର୍ମା ବିଶ୍ୱର ନମ୍ବର ୧ ଟି-୨୦ ବ୍ୟାଟର ହୋଇଛନ୍ତି। ୨୦୨୬ ଟି-୨୦ ବିଶ୍ୱକପରେ କ୍ରମାଗତ ଦୁଇଟି ଅର୍ଦ୍ଧଶତକ ହାସଲ କରି ଇଶାନ କିଶାନ ମଧ୍ୟ ଶ୍ରେଷ୍ଠ ୧୦ରେ ସାମିଲ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା କିଏ କେଉଁ ସ୍ଥାନରେ ଅଛନ୍ତି...
ଅଭିଶେକ ଶର୍ମା (୧):
ଅଭିଷେକ ଶର୍ମା ବିଶ୍ୱର ନମ୍ବର ୧ ଟି-୨୦ ବ୍ୟାଟର ହୋଇଛନ୍ତି। ସେ ୮୯୧ ରେଟିଂ ସହିତ ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତଥାପି, ସେ ଟି-୨୦ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍ରେ ଗୋଟିଏ ବି ରନ୍ କରିପାରି ନଥିଲେ। ଅଭିଷେକ ଆମେରିକା ବିପକ୍ଷରେ ଗୋଲ୍ଡେନ ଡକ୍ରେ ଆଉଟ୍ ହୋଇଥିଲେ। ନାମିବିୟା ବିପକ୍ଷରେ ବାଦ ପଡ଼ିଥିବା ଇଶାନ ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ଫେରିଥିଲେ କିନ୍ତୁ ସେହି ମ୍ୟାଚ୍ରେ ମଧ୍ୟ ସ୍କୋର କରିପାରି ନଥିଲେ।
ତିଳକ ବର୍ମା(୪):
ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ତିଲକ ବର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ପୂର୍ବରୁ ପଞ୍ଚମ ସ୍ଥାନରେ ଥିଲେ, ବର୍ତ୍ତମାନର ତଥ୍ୟ କହୁଛି ଯେ, ତାଙ୍କ ପ୍ରଦର୍ଶନରେ ଗୋଟିଏ ସ୍ଥାନ ବୃଦ୍ଧି ପାଇଛି। ତିଲକଙ୍କ ୭୫୧ ରେଟିଂ ପଏଣ୍ଟ ଅଛି। ସେ ଟି-୨୦ ବିଶ୍ୱକପର ପ୍ରଥମ ତିନୋଟି ମ୍ୟାଚ୍ରେ ୭୫ ରନ୍ କରିଛନ୍ତି, ପ୍ରତ୍ୟେକ ମ୍ୟାଚ୍ରେ ୨୫ ରନ୍ କରିଛନ୍ତି।
ସୂର୍ଯ୍ୟକୁମାର ଯାଦବ(୬):
ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ଆଇସିସି ଟି୨୦ ବ୍ୟାଟିଂ ରାଙ୍କିଙ୍ଗର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି। ସେ ଆମେରିକା ବିପକ୍ଷରେ ଅପରାଜିତ ୮୪, ନାମିବିୟା ବିପକ୍ଷରେ ୧୨ ଏବଂ ପାକିସ୍ତାନ ବିପକ୍ଷରେ ୩୨ ରନ୍ କରିଥିଲେ। ୭୪୭ ରେଟିଂ ସହିତ ସୂର୍ଯ୍ୟ ରାଙ୍କିଙ୍ଗରେ ଷଷ୍ଠ ସ୍ଥାନରେ ଅଛନ୍ତି।
ଇଶାନ କିଶନ(୮):
ଭାରତର ଇଶାନ କିଶାନ ସଦ୍ୟତମ ଆଇସିସି ରାଙ୍କିଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି କରିଛନ୍ତି, ସେ ୧୭ ସ୍ଥାନ ଉପରକୁ ଉଠି ଶୀର୍ଷ ୧୦ ରେ ପ୍ରବେଶ କରିଛନ୍ତି। ଆଇସିସି ଟି୨୦ ବ୍ୟାଟିଂ ରାଙ୍କିଙ୍ଗରେ, ଇଶାନ ୭୩୨ ରେଟିଂ ପଏଣ୍ଟ ସହିତ ୮ ନମ୍ବରରେ ପହଞ୍ଚିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପୂର୍ବରୁ, ଇଶାନ ଶ୍ରେଷ୍ଠ ୫୦ ରେ ମଧ୍ୟ ନଥିଲେ। ଇଶାନ କିଶାନ ପାକିସ୍ତାନ ବିପକ୍ଷରେ ୪୦ ବଲ୍ ରେ ୭୭ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ। ଏହା ପୂର୍ବରୁ, ସେ ଦିଲ୍ଲୀରେ ନାମିବିୟା ବିପକ୍ଷରେ ୬୧ ରନର ଅର୍ଦ୍ଧଶତକ ମଧ୍ୟ କରିଥିଲେ। କିନ୍ତୁ, ସେ ଆମେରିକା ବିପକ୍ଷରେ କେବଳ ୨୦ ରନ କରିପାରିଥିଲେ।