ଭୁବନେଶ୍ୱର, ୧୯/୦୭: ଆଜି ୭ ଜିଲ୍ଲାର ବିକ୍ଷିପ୍ତ ସ୍ଥାନରେ ଭାରି ବର୍ଷା  ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା,  ବରଗଡ଼, ସମ୍ବଲପୁର, କେନ୍ଦୁଝର,  ମୟୂରଭଞ୍ଜ ଓ ନୂଆପଡ଼ାର କିଛି ସ୍ଥାନରେ  ଅଧିକ ବର୍ଷା ହୋଇପାରେ । କିନ୍ତୁ  ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶାରେ ପାଗ  ପ୍ରାୟତଃ ଶୁଖିଲା ରହିପାରେ । ପାଣିପାଗ  ବିଭାଗ ଏଭଳି ପୂର୍ବାନୁମାନ କରିଛି ।

୨୦  ତାରିଖରେ ଉତ୍ତର ଓଡ଼ିଶାର ଅଳ୍ପ କିଛି  ସ୍ଥାନରେ ଭାରି ବର୍ଷା ହୋଇପାରେ । ଅନ୍ୟ  ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ନାହିଁ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର  ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ପରିମାଣର  ବର୍ଷା ହୋଇପାରେ । ୨୧ ଓ ୨୨ ତାରିଖରେ  ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର  ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା  ଅଛି ।

ଅଧିକ ପଢ଼ନ୍ତୁ :- ରବିବାର ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା

ଶୁକ୍ରବାର ମାଲକାନଗିରିରେ  ୨୨.୪ମିମି, ଟିଟିଲାଗଡ଼ରେ ୧୦ ଓ  ବଲାଙ୍ଗୀରରେ ୫ମିମି ବର୍ଷା ହୋଇଛି ।  ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ାରେ  ସର୍ବାଧିକ ୯୨ମିମି, ଜଗତସିଂହପୁରରେ  ୬୯, ନବରଙ୍ଗପୁରରେ ୫୩,  କୋରାପୁଟରେ ୪୯.୬, ରା.ଗଡ଼ାରେ  ୩୮ ଓ ମାଲକାନଗିରିରେ ୨୧.୨  ମିମି ବର୍ଷା ହୋଇଥିଲା । ବୈତରଣୀ  ନଦୀର ଆଖୁଆପଦାଠାରେ ଜଳସ୍ତର  ସତର୍କ ସଙ୍କେତ ପାଖରେ ରହିଛି ।