ପାଟଣା,୧୭।୧୧ :  କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ମାଛଗଡ଼ ରାସ୍ତାର ଗୋରାସ ହାଟ ଛକ ନିକଟରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ କାର ରେ ଥିବା ୪ ଜଣ କଳାକାର ଚାପି ହୋଇ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କାର ଭିତରୁ ସ୍ଥାନୀୟ ଲୋକେ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଭର୍ତ୍ତୀ କରିଛନ୍ତି।। ଗୁରୁତର ୪ ଜଣ  ଅପେରା ରାଜନନ୍ଦୀନୀର କଳାକାର ବୋଲି ଜଣାପଡିଛି। ଗୁରୁତରଙ୍କ ମଧ୍ୟରେ ହାସ୍ୟ ଅଭିନେତା   ନୃସିଂହ  ,  ନାୟକ ପ୍ରଭୁଦତ୍ତ ,ଏବଂ ଡ୍ରେସର ବିପିନ ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳି ପାରିନାହିଁ। 

ଗୋରାସ ପଞ୍ଚାୟତ ପଡିଆରେ ଶନିବାର ଠାରୁ ଅପେରା ରାଜନନ୍ଦିନୀ ନାଚ ପରିବେଶଣ କରୁଥିବା ବେଳେ, ୪ ଜଣ କଳାକାର ରବିବାର ଅପରାହ୍ନ ରେ ସାହାରପଡାକୁ ବୁଲିବାକୁ ଆସି ଗୋରାସକୁ ଫେରୁଥିଲେ। ଏହି ସମୟରେ କାରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।