ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର

Published By : Anindita Ratha | June 4, 2025 8:59 AM

ବେତନଟୀ,୦୪/୦୬:ମୟୁରଭଞ୍ଜ ଜିଲ୍ଲା ବେତନଟୀ ଏସଡିପିଓଙ୍କ ନେତୃତ୍ୱରେ ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ । ଅସ୍ଥାୟୀ ଟେଣ୍ଟରୁ ୪ଶହ ପାଖାପାଖି ଗୋରୁଗାଈ ଉଦ୍ଧାର । 

ସୂଚନା ମୁତାବକ, ବେଆଇନ ଗୋ ଚାଲାଣ ବାବଦରେ ବିଶ୍ୱସ୍ତସୂତ୍ରରୁ ଖବରପାଇ ବେତନଟୀ ଏସଡ଼ିପିଓ ମିନତୀ ବିଶ୍ୱାଳଙ୍କ ନେତୃତ୍ୱରେ ବଡ଼ସାହି,ବୈଶିଙ୍ଗା, ମୋରଡା ଏବଂ ରାସଗୋବିନ୍ଦପୁର ଥାନା ଅଧିକାରୀ ମିଳିତ ଭାବରେ ସଶସ୍ତ୍ର ପୁଲିସଫୋର୍ସ ଅତର୍କିତ ଚଢ଼ାଉ କରିଥିଲେ । ଏହି ସମୟରେ ମାଜିଷ୍ଟ୍ରେଟ ଭାବେ ବେତନଟୀର ଅତିରିକ୍ତ ତହସିଲଦାର ଈଶ୍ୱରଚନ୍ଦ୍ର ରଣାଙ୍କ ସମେତ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଅଧିକାରୀମାନେ ନିଜର ଟିମ ନେଇ ଉପସ୍ଥିତ ରହିଥିଲେ । ଚଢ଼ାଉ ସମୟରେ ଅସ୍ଥାୟୀ ଟେଣ୍ଟ ଗୁଡିକରେ ଚାଲାଣ ନିମନ୍ତେ ରଖାଯାଇଥିବା ପାଖାପାଖି ୪ଶହ ଗୋରୁଗାଈଙ୍କୁ ଉଦ୍ଧାର କରାଯାଇଛି । ଅସ୍ଥାୟୀ ଟେଣ୍ଟରୁ ଉଦ୍ଧାର ଗୋରୁଗାଈଗୁଡିକୁ ଥାନାକୁ ଅଣାଯାଇ ତଦନ୍ତପରେ ଆଖପାଖରେ ଥିବା ଗୋଶାଳାଗୁଡିକୁ ହସ୍ତାନ୍ତର କରାଯିବ ବୋଲି ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ ସୂଚନା ଦେଇଛନ୍ତି । ତେବେ ଆଖପାଖରୁ ବିଭିନ୍ନ ଗାଁ ମାନଙ୍କରୁ ଚୋରି ହୋଇଥିବା ବଳଦ ଏବଂ ଗାଈଗୁଡିକ ମଧ୍ୟ ସେଠାରେ ଥିବାନେଇ ପଶୁପାଳକମାନେ ଚିହ୍ନଟ କରିଛନ୍ତି । ତେବେ ବେତନଟୀ ଏସଡିପିଓଙ୍କ ନେତୃତ୍ୱରେ ୪ଟି ଥାନାର ଅଧିକାରୀ ଓ ସଶସ୍ତ୍ର ପୁଲିସଫୋର୍ସ ମିଳିତ ଚଢ଼ାଉକରି ଏକକାଳୀନ ୪ଶହ ପାଖାପାଖି ଗୋରୁଗାଈଙ୍କୁ ଉଦ୍ଧାର କରିବା ଘଟଣା ଏକ ବଡ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି  





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.