ଭୁବନେଶ୍ବର : ଓଡିଶାରେ ଜାତୀୟ ରାଜପଥର ବିକାଶ ଲାଗି କେନ୍ଦ୍ର ସରକାରଙ୍କ ୪୪୭ କୋଟି ୧୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ । ନୂଆପଡା ଜିଲ୍ଲାର କୁରୁମପୁରୀରୁ ରାଜଖରିଆର ପର୍ଯ୍ୟନ୍ତ ଜାତୀୟ ରାଜପଥ ପାଇଁ ୪୪୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ନେଇ Xରେ ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ । ଏହି ପ୍ରକଳ୍ପ ମୋଟ ୧୦୩.୫୨ କିଲୋମିଟର ରାସ୍ତାର ଉନ୍ନତି ହେବ । ଏହି ରାସ୍ତା ଏନଏଚ ୩୫୩ ଏବଂ ଏନଏଚ ୫୯ କୁ କଭର କରିବ। ପ୍ରକଳ୍ପ ପାଇଁ ଓଡିଶାବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ Xରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କହିଛନ୍ତି କି, ଏହି ନିବେଶ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ କରିଡରକୁ ମଜବୁତ କରିବ, ଯାହା ଓଡ଼ିଶାର ପ୍ରମୁଖ ଜିଲ୍ଲା ଗୁଡ଼ିକରେ ସଂଯୋଗୀକରଣକୁ ବୃଦ୍ଧି କରିବ। ଏହି ପରିବର୍ତ୍ତନକାରୀ ପ୍ରକଳ୍ପ ସଡ଼କ ସୁରକ୍ଷାରେ ଯଥେଷ୍ଟ ଉନ୍ନତି ଆଣିବ, ଯାତ୍ରୀ ଏବଂ ମାଲ ପରିବହନକୁ ସୁଗମ କରିବ ଏବଂ ଦାରିଙ୍ଗବାଡି ଏବଂ ସୁନାବେଡା ଭଳି ପ୍ରସିଦ୍ଧ ସ୍ଥାନ ଗୁଡ଼ିକରେ ପର୍ଯ୍ୟଟନ ସମ୍ଭାବନାକୁ ଉନ୍ମୁକ୍ତ କରିବ, ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ଓଡିଶାର ଜନସାଧାରଣଙ୍କ ପାଇଁ ସ୍ଥାୟୀ ସମୃଦ୍ଧି ଆଣିବ।
On behalf of the people of Odisha, I extend my heartfelt gratitude to Hon'ble Prime Minister Shri @narendramodi Ji and Hon'ble Union Minister Shri @nitin_gadkari Ji for sanctioning ₹447.11 crore for the upgradation of the Kurumpuri–Raj Khariar section on NH-353 and NH-59.
— Mohan Charan Majhi (@MohanMOdisha) April 4, 2026
This…