ନୂଆଦିଲ୍ଲୀ :ବିହାର ସରକାରଙ୍କ ନୂଆ ଯୋଜନା । ରାସ୍ତାରେ ଖାଲଖମା ବିଷୟରେ ସୂଚନା ଦେଲେ ସରକାର ଦେବେ ୫ ହଜାର ଟଙ୍କା । ଏହି ନୂତନ ଯୋଜନା ୧୫ ଫେବୃଆରୀ ପରେ କାର୍ଯ୍ୟକାରୀ ହେବ। ବିହାର ସରକାରଙ୍କ ମନ୍ତ୍ରୀ ଦିଲୀପ ଜୟସୱାଲ ଏହି ଯୋଜନା ବିଷୟରେ ସୂଚନା ପ୍ରଦାନ କରିଛନ୍ତି । କିଶନଗଞ୍ଜରେ ସେ ପାଞ୍ଚଟି ଏକ୍ସପ୍ରେସୱେ ଦ୍ବାରା ରାଜ୍ୟର ବିକାଶ ବଦଳାଇବା ବିଷୟରେ କହିଛନ୍ତି । ଏହି ସମୟରେ, ସେ "ସଡକରେ ଗର୍ତ୍ତ କେଉଁଠି କୁହନ୍ତୁ, ପୁରସ୍କାର ପାଆନ୍ତୁ" ଯୋଜନାର ଶୀଘ୍ର ଶୁଭାରମ୍ଭ ବିଷୟରେ ମଧ୍ୟ କହିଛନ୍ତି ।

ନୀତୀଶଙ୍କ ଏହି କ୍ୟାବିନେଟ ମନ୍ତ୍ରୀ କହିଛନ୍ତି ଯେ, ବିହାରରେ ପାଞ୍ଚଟି ଏକ୍ସପ୍ରେସୱେ ନିର୍ମାଣ କରାଯିବ, ଯାହା ଦ୍ୱାରା ବିହାରର ଯେକୌଣସି କୋଣରୁ ପାଞ୍ଚ ଘଣ୍ଟା ମଧ୍ୟରେ ପାଟନା ପହଞ୍ଚିବା ସମ୍ଭବ ହେବ। ଏବେର ରାଜପଥ ଗୁଡ଼ିକୁ ଉନ୍ନତ କରାଯିବ ଏବଂ ଜିଲ୍ଲାରେ ରାସ୍ତାସ ଗୁଡ଼ିକୁ ପ୍ରଶସ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଉଛି।

୭୨ ଘଣ୍ଟା ମଧ୍ୟରେ ହେବ ରାସ୍ତା ମରାମତି…

ଦିଲୀପ ଜୟସୱାଲ କହିଛନ୍ତି ଯେ, ବିହାରରେ ରାସ୍ତାର ଏକ ନେଟୱାର୍କ ବିଛାଯିବ, ଏବଂ ଏହା ଏକ ଐତିହାସିକ ପଦକ୍ଷେପ ହେବ। ଶନିବାର ଧର୍ମଗଞ୍ଜ ରୋଡରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ସମୟରେ ଶିଳ୍ପ ଏବଂ ରାସ୍ତା ନିର୍ମାଣ ମନ୍ତ୍ରୀ ଡକ୍ଟର ଦିଲୀପ ଜୟସୱାଲ କହିଛନ୍ତି ଯେ, ବିହାରରେ ରାସ୍ତାରେ ଗର୍ତ୍ତର ଅଭିଯୋଗ ଆସୁଛି। ଜାନୁଆରୀରେ ଏକ ନୂତନ ରାସ୍ତା ରକ୍ଷଣାବେକ୍ଷଣ ନୀତି ଆସୁଛି, ଯାହା ଫେବୃଆରୀ ୧୫ ପରେ କାର୍ଯ୍ୟକାରୀ ହେବ। ଏହା ପରେ, ରାସ୍ତାରେ ଥିବା ଏକ ଛୋଟ ଗର୍ତ୍ତକୁ ମଧ୍ୟ ୭୨ ଘଣ୍ଟା ମଧ୍ୟରେ ମରାମତି କରାଯିବ। ସମସ୍ତ ଛକରେ ରୋଡ୍ ଆମ୍ବୁଲାନ୍ସର ନମ୍ବର ପ୍ରଦର୍ଶିତ ହେବ। ଏହି ନମ୍ବରରେ କଲ୍ ପାଇବା ପରେ, ୭୨ ଘଣ୍ଟା ମଧ୍ୟରେ କୌଣସି ଗର୍ତ୍ତ ମିଳିବ ନାହିଁ।

ଖାଲ ବିଷୟରେ ସୂଚନା ଦେଲେ ମିଳିବ ୫ ହଜାର…

ଡକ୍ଟର ଜୟସୱାଲ କହିଛନ୍ତି କି, ଏହା ଦେଶରେ ପ୍ରଥମ ହେବ। ଏହା ଠିକାଦାରଙ୍କ ମଧ୍ୟରେ ଭୟ ସୃଷ୍ଟି କରିବ ଏବଂ ବିଭାଗର ଯନ୍ତ୍ରୀ ମାନଙ୍କୁ ମଧ୍ୟ ସତର୍କ କରିବ । ନିଶ୍ଚିତ କରିବ ଯେ, ଗୋଟିଏ ଗର୍ତ୍ତ ମଧ୍ୟ ଗମ୍ଭୀର କାର୍ଯ୍ୟାନୁଷ୍ଠାନ ହେବ।