​​​​​​​କଣ୍ଟାମାଳ,୧୪।୧୦ : ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅଞ୍ଚଳରେ ଡକାୟତି ଉଦ୍ୟମ କରୁଥିବା ବେଳେ ଏକ ଗ୍ୟାଙ୍ଗର ୬ ଜଣକୁ କାବୁ କରିଛି ଘଣ୍ଟାପଡା ପୁଲିସ l ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗିର ଜିଲା ତୁଷୁରା ଥାନା ଅଧିନ କୁଣ୍ଡେଇମାଲ ଗ୍ରାମର ରାଧେଶ୍ୟାମ ନାଗ(୨୬), ବରାହକୁନା ଗ୍ରାମର ଯଶୋବନ୍ତ ଛତ୍ରିଆ(୨୫), ବଲାଙ୍ଗିର ଜିଲା ପୁଇଁନ୍ତଳା ଥାନା ଅଧିନ କସାବାହାଲି ଗ୍ରାମର ସୁନୀଲ କୁମାର ଷାଣ୍ଢ(୨୨), ସୋନପୁର ଜିଲା ତରଭା ଥାନା ଅଧିନ ଚାରଣିଆପାଲି ଗ୍ରାମର କୃଷ୍ଣ ସରଭଙ୍ଗ(୨୪), ଝିଲିମୁଣ୍ଡା ଗ୍ରାମର ଅର୍ଜୁନ ଷାଣ୍ଢ(୨୮), ଏବଂ ବୌଦ୍ଧ ଜିଲା ଘଣ୍ଟାପଡା ଥାନା ଅଧିନ ଗୋଡ଼ମେଣ୍ଡା ଗ୍ରାମର ସିଦ୍ଧେଶ୍ବର ଭୋଇ(୨୮)

ସୋମବାର ରାତିରେ ସବଇନ୍ସ ପେକ୍ଟର  ବିଶ୍ଵାମିତ୍ର ଲୋଇଙ୍କ ନେତୃତ୍ୱରେ କନଷ୍ଟେବଳ ଏସ. କହଁର, ଏସ. ଦନ୍ତା, ଗୃହରକ୍ଷୀ ଏସ. ମଲିକ, ବି. କୁମ୍ଭାର ଏବଂ ବି. ପୁଟା ମିଶି ଏକ ଦଳ ପାଟ୍ରୋଲିଂ  କରୁଥିଲେ।   ସୁର୍କାଭଟା ଗ୍ରାମ ନିକଟବର୍ତ୍ତୀ ରାସ୍ତା କଡ଼ରେ ଅନ୍ଧାରରେ କିଛି ଲୋକ ଏକତ୍ରିତ ହୋଇଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳରେ ଡକାୟତି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ଥାନାକୁ ଖବର ମିଳିଥିଲା। ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରିଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଟ୍ରୋଲିଂ ଗାଡ଼ିକୁ ଘଟଣାସ୍ଥଳରୁ କିଛି ଦୂରରେ ରଖି ପୁଲିସ ଘଟଣାସ୍ଥଳକୁ ଯାଇଥିଲେ । ପୁଲିସକୁ ଦେଖି ସେମାନେ ଘଟଣାସ୍ଥଳରୁ ଦୌଡ଼ି ଫେରାର ହେବାକୁ ଉଦ୍ୟମ କରିଥିଲେ।  ପୁଲିସ ସେମାନଙ୍କୁ କାବୁ କରିଥିଲା। ପୁଲିସ ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ୫ଟି ବାଇକ, ୩ଟି ଭୁଜାଲି, ୨ଟି ହାତପଞ୍ଚ, ଗୋଟିଏ ମ୍ୟାଚିସ ବାକ୍ସ ଏବଂ ୫ଟି ମୋବାଇଲ ଫୋନ ପାଇଥିଲା  ସ୍ଥାନୀୟ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିବା ସେମାନେ କହିଥିଲେ। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଘଣ୍ଟାପଡା ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି କହିଛନ୍ତି।