ମୋହନା, ୨୯।୭ (ଆପ୍ର) : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ପରିମଳ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ପିକଅପ ଭ୍ୟାନ l ଫଳରେ ଏଥିରେ ଆସୁଥିବା ବ୍ୟବସlୟୀଙ୍କ ମଧ୍ୟରୁ ୬ ଜଣ ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି l ଗୁରୁତରମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ରା. ଉଦୟଗିରି ମେଡିକାଲରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ୪ ଜଣକୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ସେମାନେ ହେଲେ ରା.ଉଦୟଗିରି ଗାଁର ଲକ୍ଷ୍ମଣ ବଡପରଜା(୨୬), ପୂର୍ଣ୍ଣବାସୀ ସାହୁ (୫୦), ତାଣ୍ଡୀଗୁଡା ଗାଁର ଗୀତାଞ୍ଜଳି କରlଡ଼(୪୫), ବିହାରର ଶ୍ରୀକାନ୍ତ (୩୦) l ଅନ୍ୟ ୨ ଗୁରୁତରଙ୍କୁ ପାରଳାଖେମୁଣ୍ଡି ମେଡିକାଲ ସ୍ଥାନାନ୍ତର କରାଯାଇଛି l
ମଙ୍ଗଳବାର ଅନୁଗୁରରେ ସାପ୍ତାହିକ ହାଟ ଥିଲା l ଏହି ସାପ୍ତାହିକ ହାଟରେ ବ୍ୟବସାୟ ପାଇଁ ଏକ ପିକଅପ ଭ୍ୟାନରେ ରା.ଉଦୟଗିରି ଅଞ୍ଚଳର ବ୍ୟବସାୟୀ ମାନେ ଆସିଥିଲେ l ସନ୍ଧ୍ୟାରେ ବ୍ୟବସାୟୀମାନେ ସେହି ପିକଅପ ଭ୍ୟାନରେ ଫେରୁଥିବା ବେଳେ ପରିମଳ ନିକଟରେ ଭାରସାମ୍ୟ ହରାଇ ଗାଡିଟି ରାସ୍ତା କଡ଼କୁ ଓଲଟି ପଡିଥିଲା l ଭ୍ୟାନଟି ରାସ୍ତାରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଥିଲା l ରା. ଉଦୟଗିରି ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ଘଟଣା ସ୍ଥଳରେ ରା. ଉଦୟଗିରି ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି l