ଅନେକ ଲୋକଙ୍କ ବଡ ସମସ୍ୟା ହେଉଛି ନିଦ୍ରା । ଶରୀର କ୍ଳାନ୍ତ ହୋଇଯାଇଥିଲେ ସୁଦ୍ଧା  ଶାନ୍ତିରେ ନିଦ ହୋଇନଥାଏ। କିନ୍ତୁ ନିଦ୍ରା ହେଉଛି ମାନବ ଶରୀରର 'ରିଚାର୍ଜ ମୋଡ୍'। ଯଦି ଆପଣ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ବିଶ୍ରାମ ନ ଦିଅନ୍ତି, ତେବେ ପରଦିନ ଆଳସ୍ୟ, ଚିଡ଼ଚିଡ଼ା ଏବଂ କ୍ଳାନ୍ତ ଅନୁଭବ କରିବା ସ୍ବଭାବିକ । ତେଣୁ ଶୋଇବା ପୂର୍ବରୁ କେଉଁ ଖାଦ୍ୟ ଉପଯୁକ୍ତ ଏବଂ କେଉଁ ଖାଇବା ଉଚିତ୍ ନୁହେଁ ? ତାହା ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ ।  ଆସନ୍ତୁ ଜାଣିବା ଶୋଇବା ପୂର୍ବରୁ କେଉଁ ଖାଦ୍ୟ ଖାଇବା ଉଚିତ୍ ନୁହେଁ ...

ଚକୋଲେଟ୍:- ଏହା ଖାଇବାକୁ ସ୍ୱାଦିଷ୍ଟ କିନ୍ତୁ ଶୋଇବା ପୂର୍ବରୁ ଏହାକୁ ଖାଇବା ଭଲ ନୁହେଁ। ଏଥିରେ କ୍ୟାଫିନ୍ ଏବଂ ଚିନି ଉଭୟ ଥାଏ, ଯାହା ମସ୍ତିଷ୍କକୁ ସକ୍ରିୟ କରିଥାଏ ଏବଂ ନିଦକୁ ବାଧା ଦେଇଥାଏ । ଡାର୍କ ଚକୋଲେଟରେ ଅଧିକ କ୍ୟାଫିନ୍ ଥାଏ । ତେଣୁ ଶୋଇବା ପୂର୍ବରୁ ଚକୋଲେଟ ଖାଆନ୍ତୁ ନାହିଁ ।

କଫି ଏବଂ ମୃଦୁ ପାନୀୟ:- କଫି, ଥଣ୍ଡା କଫି, ସବୁଜ ଚା, କିମ୍ବା ଶକ୍ତି ପାନୀୟରେ ଥିବା କ୍ୟାଫିନ୍ ପ୍ରାୟ 6-8 ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଚା' ଏବଂ କଫିରେ କଫିନ୍ ଏବଂ ଟେନିନ୍ ଥାଏ । କଫିନ ସେଣ୍ଟ୍ରାଲ ସ୍ନାୟୁ ପ୍ରଣାଳୀରେ ଏବଂ ଖାଦ୍ୟର ଆଇରନ ଉପରେ ଟେନିନ୍ ଉପରେ ଅଧିକ ପ୍ରଭାବ ପକାଇଥାଏ । ତେଣୁ ଶୋଇବା ପୂର୍ବରୁ କଫି ଏବଂ ମୃଦୁ ପାନୀୟ ଖାଆନ୍ତୁ ନାହିଁ ।

ମସଲାଯୁକ୍ତ ଖାଦ୍ୟ:- ରାତିରେ ଅତ୍ୟାଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ପେଟକୁ ଗରମ କରିପାରେ । ଫଳରେ ଏସିଡିଟି, ଛାତିରେ ଜଳାପୋଡ଼ା ଏବଂ ଭାରି ଅନୁଭବ ହୋଇପାରେ। ଏସବୁ ଖାଦ୍ୟ ଶରୀରକୁ କଷ୍ଟ ଅନୁଭବ ଦେଇଥାଏ ଏବଂ ନିଦ୍ରାଜନିତ ସମସ୍ୟା ସୃଷ୍ଟି କରିପାରେ।

ମିଠାଯୁକ୍ତ ଖାଦ୍ୟ:- କେକ୍, ମିଠା, ଆଇସ୍କ୍ରିମ୍ ଏବଂ ଚିନିଯୁକ୍ତ ଖାଦ୍ୟ ଶୀଘ୍ର ରକ୍ତ ଶର୍କରା ସ୍ତରକୁ ବୃଦ୍ଧି କରେ । ଏହି ଚିନି ଦ୍ରୁତ ଗତିରେ ଆପଣଙ୍କ ଶରୀରକୁ ସକ୍ରିୟ କରିଥାଏ, ଯାହା ଶୋଇବାକୁ କଷ୍ଟକର କରିଥାଏ । ତେଣୁ ଶୋଇବା ପୂର୍ବରୁ ଏହି ସବୁ ଖାଆନ୍ତୁ ନାହିଁ ।

ଭଜା ଖାଦ୍ୟ:- ରାତିରେ ପନିର,ଛୋଲେ ଭଟୁରେ,ପିଜା,ବର୍ଗର କିମ୍ବା ଭାରି ଭଜା ଖାଦ୍ୟ ଖାଇବା ଦ୍ୱାରା ପେଟରେ ଭାରୀ ଅନୁଭବ ହୋଇପାରେ। ହଜମ ପ୍ରକ୍ରିୟା ଧୀର ହୋଇଯାଏ ଏବଂ ଶରୀର ଶୋଇବା ସମୟରେ ମଧ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଜାରି ରଖେ।ଏହା ଗଭୀର ନିଦକୁ ବାଧା ଦିଏ। ତେଣୁ ଶୋଇବା ପୂର୍ବରୁ ଏହି ସବୁ ଖାଆନ୍ତୁ ନାହିଁ।