ଫିରିଙ୍ଗିଆ,୨୧/୦୪: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ପୋଲିସ ଏକ ବୋଲେରୋ ପିକଅପ ସହ ୯୫ କିଲୋ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ଇଟାମାଟି ଅଂଚଳର ସୁନୀଲ କୁମାର ମଲ୍ଲିକ ।
ଏକ ବୋଲେରୋ ପିକଅପରେ ଫିରିଙ୍ଗିଆ ଅଂଚଳରୁ ନୟାଗଡ଼ ଅଂଚଳକୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ସଦର ଥାନା ପୋଲିସକୁ ଖବର ମିଳିଥିଲା I ପରେ ଖବର ପାଇ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ଟିମ ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର କସାକାଠି ଛକ ନିକଟରେ ଉକ୍ତ ବୋଲେରୋ ପିକଅପକୁ ଧରିବାରେ ସଫଳ ହୋଇଥିଲେ I ତେବେ ଧରା ହୋଇଥିବା ବୋଲେରୋ ପିକଅପ ରେ ରୀତିମତ ଭାବରେ ନୟାଗଡ଼ ଅଂଚଳରୁ ବିଭିନ୍ନ ପ୍ରକାର ସାମଗ୍ରୀ ଫିରିଙ୍ଗିଆ ଅଂଚଳକୁ ରପ୍ତାନି କରିବା ବାହାନାରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି I