ମୁମ୍ବାଇ ୦୪/୧୧: ଆଲିୟା ଭଟ୍ଟ ଓ ଅଗସ୍ତ୍ୟ ନନ୍ଦାଙ୍କ ମଧ୍ୟରେ କଡ଼ା ଟକ୍କର । ଆଲିୟାଙ୍କ ଆକ୍ସନ୍ ଫିଲ୍ମ ‘ଆଲ୍ଫା’ ଓ ଅଗସ୍ତ୍ୟଙ୍କ ଦେଶାତ୍ମବୋଧ ଫିଲ୍ମ ‘ଇକ୍କିଶ’ ଗୋଟିଏ ଦିନ- ଡିସେମ୍ବର ୨୫ ତାରିଖରେ ରିଲିଜ୍ ହେବ । ୟଶରାଜ ଫିଲ୍ମସ ସ୍ପାଇ ୟୁନିଭର୍ସର ଅଂଶ ଭାବେ ଆଲିୟା ପ୍ରଥମ ଥର ଆକ୍ସନ୍ ଦୁନିଆରେ ଏଣ୍ଟ୍ରି କରିଛନ୍ତି । ଅନ୍ୟପକ୍ଷେ, ଭାରତର ଅନ୍ୟତମ ମହାନ ଯୁଦ୍ଧବୀରଙ୍କ ବାୟୋପିକ୍ରେ ଶ୍ରୀରାମ ରାଘବନଙ୍କ ସହିତ ଯୋଡ଼ି ହୋଇଛନ୍ତି ଅଗସ୍ତ୍ୟ । କ୍ରିସମାସରେ ଏହି ଦୁଇ ଫିଲ୍ମ ବକ୍ସ ଅଫିସ୍ରେ ପରସ୍ପରକୁ ଟକ୍କର ଦେବ ।
ଗୋଟିଏ ପଟେ ହା ଇଭୋଲ୍ଟେଜ ଆକ୍ସନ, ଅନ୍ୟପକ୍ଷେ ଆବେଗ ଓ ଦେଶାତ୍ମବୋଧ ଭାବ । ‘ଇକ୍କିଶ’ରେ ଭାରତର ସର୍ବକନିଷ୍ଠ ପରମବୀର ଚକ୍ର ସମ୍ମାନ ପ୍ରାପ୍ତ କରିଥିବା ୨ୟ ଲେଫ୍ଟନାଣ୍ଟ୍ ଅରୁନ କ୍ଷେତ୍ରପାଲଙ୍କ କାହାଣୀ ବର୍ଣ୍ଣିତ ହୋଇଛି । ଭାରତ-ପାକ୍ ଯୁଦ୍ଧରେ ତାଙ୍କର ସାହସିକତା ଇତିହାସରେ ଅମର ହୋଇଛି । ପୂର୍ବରୁ ନିର୍ମାତା ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରି ଲେଖିଥିଲେ ‘ୱ ଇକ୍କିଶ କା ଥା, ଇକ୍କିଶ କା ହି ରହେଗା!’ ସେପଟେ ଚର୍ଚ୍ଚା ହେଉଛି, ଆଲିୟାଙ୍କ ‘ଆଲ୍ଫା’ରେ ଟାଇଗର ସଲମାନ ଓ ପଠାନ୍ ଶାହରୁଖଙ୍କ ଝଲକ୍ ଦେଖିବାକୁ ମିଳିପାରେ । ୟଶରାଜ ଫିଲ୍ମସର ସବୁଠୁ ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟ କୁହାଯାଉଥିବା ‘ଆଲ୍ଫା’ ହିନ୍ଦୀ, ତାମିଲ ଓ ତେଲୁଗୁରେ ରିଲିଜ୍ ହେବ । ‘ୱାର୍-୨’ ଥିଲା ସ୍ପାଇ ୟୁନିଭର୍ସର ଶେଷ ଆକ୍ସନ୍ ଫିଲ୍ମ ।