ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଭିଜିଲାନ୍ସ ପଞ୍ଝାରେ ABDO ବାବୁ, ୧ଲକ୍ଷ ୮୫ ହଜାର ନଗଦ ଟଙ୍କା ସହ ୬୫ ଲକ୍ଷର ବ୍ୟାଙ୍କ ଡିପୋଜିଟ୍‌ ଠାବ

Published By : Harapriya Sethi | May 15, 2025 1:27 PM

ଭୁବନେଶ୍ୱର, ୧୫/୦୫: ଗୁରୁବାର ସକାଳୁ ଧର୍ମଶାଳା ABDOଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଥିଲା ଭିଜିଲାନ୍ସ । ଏହି ଚଢାଉରେ ଅତିରିକ୍ତ ବ୍ଲକ୍‌ ଉନ୍ନୟନ ଅଧିକାରୀ ଅସିତ କୁମାର ପାତ୍ରଙ୍କ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍‌ । ସେଗୁଡ଼ିକ ହେଲା ଯାଜପୁରର କହ୍ନେଇପୁର ଠାରେ ୬୦୦୦ ବର୍ଗଫୁଟ କ୍ଷେତ୍ରଫଳ ବିଶିଷ୍ଟ ଚାରି ମହଲା କୋଠା, କଟକର ଚାଉଳିଆଗଞ୍ଜର ମେଟ୍ରୋ ଆଭେନ୍ୟୁ ଆପାର୍ଟମେଣ୍ଟରେ ଚତୁର୍ଥ ମହଲାରେ ଥିବା ୧୦୦୦ ବର୍ଗଫୁଟର ଫ୍ଲାଟ୍‌, ୨୦୨୩-୨୪ ବର୍ଷରେ ଯାଜପୁର ରୋଡରେ ୪୦୦୦ ବର୍ଗଫୁଟରେ ନିର୍ମିତ ନୂତନ ଦ୍ୱିମହଲା କୋଠା, ଯାଜପୁରରେ ଥିବା ୨୦୦୦ ବର୍ଗଫୁଟର ତିନି ମହଲା କୋଠା, ଯାଜପୁର ରୋଡରେ ୩୦୦ ବର୍ଗଫୁଟର ୨ କୋଠରୀ ବିଶିଷ୍ଟ ଏକ ସପିଂ କମ୍ପ୍ଲେକ୍ସ, ଯାଜପୁର ରୋଡରେ ୪ଟି ଏବଂ ଦାନଗଦୀ ଟାଉନ୍‌ରେ ଗୋଟିଏ ପ୍ଲଟ୍ ଉଚ୍ଚ ମୂଲ୍ୟର ପ୍ଲଟ୍ ଠାବ କରିଛି ଭିଜିଲାନ୍ସ ଟିମ୍‌ ।

କେବଳ ସେତିକି ନୁହେଁ, ୨୦୦ ଗ୍ରାମ ଓଜନର ସୁନା ଅଳଙ୍କାର, ୧ଲକ୍ଷ ୮୫ ହଜାର ନଗଦ ଟଙ୍କା ସହ ୬୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍‌ ମଧ୍ୟ ଠାବ କରାଯାଇଛି । ଏହା ସହ ୨ ଟି ଦୁଇ ଚକିଆ ଯାନ ମଧ୍ୟ ଭିଜିଲାନ୍ସ ଟିମ୍‌ ଏହି ଚଢାଉ ସମୟରେ ଠାବ କରିଛି । 

କହିରଖୁ କି, ଧର୍ମଶାଳା ABDOଙ୍କ ଘରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଶାଳା ଅତିରିକ୍ତ ବ୍ଲକ୍‌ ଉନ୍ନୟନ ଅଧିକାରୀ ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢାଉ କରୁଛି । ଯାଜପୁର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । କଟକ ସ୍ପେସିଆଲ ଜଜ୍‌ଙ୍କ ଦ୍ୱାରା ୱାରେଣ୍ଟ ଜାରି ହେବା ପରେ ଏହି ଚଢାଉ କରାଯାଇଛି । ଏହି ରେଡ୍‌ରେ ୮ ଜଣ DSP, ୯ ଜଣ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.