ଚିକିଟି, ୨୧/୧୦ : ବିଜେଡି ତରଫରୁ ମଙ୍ଗଳବାର ଚିକିଟି ଫାଣ୍ଡି ଘେରାଉ କରାଯାଇଛି । ପୂର୍ବାହ୍ନରେ ଚିକିଟି ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଉମା ରେଡ୍ଡିଙ୍କୁ ପୁଲିସ କୌଣସି କାରଣରୁ ଉଠାଇ ନେଇ ଫାଣ୍ଡିରେ ରଖି ତନାଘନା ଜାରି ରଖିଛି । ତେବେ ବିଜେଡି ନେତାଙ୍କୁ ଅକାରଣରେ ପୁଲିସ ହଇରାଣ କରୁଥିବା ଅଭିଯୋଗ କରି ବିଜେଡି ତରଫରୁ ଅପରାହ୍ନରେ ଫାଣ୍ଡି ଘେରାଉ କରାଯାଇଛି ।

ବିନା କାରଣରେ ଚିକିଟି ଫାଣ୍ଡି ପୁଲିସ ଉମାଙ୍କୁ ଜେରା କରିବା ଆଳରେ ଫାଣ୍ଡିରେ ଅଟକ ରଖିଥିବାରୁ ଏହାର ପ୍ରତିବାଦ କରିଛନ୍ତି ଦଳୀୟ ନେତା ଓ କର୍ମୀ। ଚିକିଟି ଫାଣ୍ଡି ଆଗରେ ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳଙ୍କ ସମେତ ପାତ୍ରପୁର ଓ ଚିକିଟି ବ୍ଲକର ବିଜେଡି କର୍ମୀମାନେ ଫାଣ୍ଡି ଆଗରେ ଧାରଣାରେ ବସିଛନ୍ତି । ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରୁଛନ୍ତି।