ନୂଆଦିଲ୍ଲୀ, ୯।: ସେପ୍ଟେମ୍ୱର ୨୨ ପୂର୍ବରୁ ଏସବୁ ଜିନିଷ କିଣିନିଅନ୍ତୁ, ନେହେଲ ଆଗକୁ ବଢ଼ିଯିବ ଦାମ୍ । ନୂଆ GST ଆସିବା ପରେ କେଉଁ କେଉଁ ଜିନିଷ ୨୨ ସେପ୍ଟେମ୍ୱର ପୂର୍ବରୁ ନେବେ ଓ ପରେ ତାହା ଜାଣିନିଅନ୍ତୁ । ଇଲେକ୍ଟ୍ରୋନିକ ସାମଗ୍ରୀ ଯେପରିକି ଟିଭି, ଫ୍ରିଜ, ୱାଶିଂମେସିନ ଏସବୁ ଶସ୍ତା ହେବାକୁ ଯାଉଛି, ପୂର୍ବରୁ ୨୮% GST ଥିଲା, ତାହା ବର୍ତ୍ତମାନ ୧୮% ହୋଇଛି । ଏସବୁ ସାମଗ୍ରୀ କିଣିବାକୁ ଚାହୁଁଥିଲେ, ଆପଣ ୨୨ ସେପ୍ଟେମ୍ୱର ଯାଏ ଅପେକ୍ଷା କରନ୍ତୁ । କାର ଉପରେ GST ରେଟ ୨୮ରୁ ୧୮% ହେବାକୁ ଯାଉଛି, ଏଥିପାଇଁ ୨୨ ସେପ୍ଟେମ୍ୱର ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । କୃଷି ସରଞ୍ଜାମ ଯେପରିକି ଟ୍ରାକଟର ୨୮ରୁ ୫% ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବାକୁ ଯାଉଛି । ଯେପରିକି ମସଲା, ଚିନି, ଘିଅ, ତେଲ ଏବଂ ପର୍ସନାଲ କେୟାର ଆଇଟମ ଯେପରିକି ଟୁଥପେଷ୍ଟ, ସାବୁନ, ସାମ୍ପୁ, ହେୟାର ଅଏଲ ଏସବୁ ବି ଶସ୍ତା ହେବାକୁ ଯାଉଛି । GST ୧୮% ରୁ ହ୍ରାସ ପାଇଁ ୫% ହେବାକୁ ଯାଉଛି । ପୋଷାକ ଓ ଜୋତାରେ ମଧ୍ୟ GST ୧୨%ରୁ ୫% ହେବ ।
ବିୟୁଟି ପାର୍ଲଟ, ଜିମ୍, ଯୋଗଶାଳାରେ ମଧ୍ୟ ଫି କମ୍ ହେବାକୁ ଯାଉଛି । ଆଉ କିଛି ଦିନ ଅପେକ୍ଷା କରି ୨୨ ସେପ୍ଟେମ୍ୱର ପରେ ମେମ୍ୱରସିପ୍ ନିଅନ୍ତୁ । ଔଷଧରେ GST ହ୍ରାସ ପାଉଥିବା ବେଳେ ଇନସୁରାନ୍ସରେ ଜିରୋ GST । ଯଦି ଆପଣ ଟର୍ମ ଇନସୁରାନ୍ସ କିମ୍ୱା ହେଲଥ ଇନସୁରାନ୍ସ ନେବାକୁ ଚିନ୍ତା କରୁଛନ୍ତି, ସେପ୍ଟେମ୍ୱର ୨୨ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ଲାଭରେ ରହିବେ । ଘର ତିଆରି କରିବାକୁ ପ୍ଲାନିଂ କରୁଥିଲେ, ସେଥିରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ, କାରଣ ସିମେଣ୍ଟ, ମାର୍ବଲ, ଗ୍ରାନାଇଟ୍ ବି ଶସ୍ତା ହେବାକୁ ଯାଉଛି । ଏବେ ଜାଣିବା ୨୨ ସେପ୍ଟେମ୍ୱର ପୂର୍ବରୁ କ’ଣ କିଣିବା ଉଚିତ୍ । କାରଣ କିଛି ଜିନିଷର ଦର ବୃଦ୍ଧି ପାଇଛି । ଆଗକୁ ଦୀପାବଳୀ ଓ ବିବାହ ଋତୁ ଆସୁଥିବାରୁ ମହଙ୍ଗା ପୋଷାକ ଅର୍ଥାତ୍ ଯାହା ୨୫୦୦ ଟଙ୍କା ଉପରକୁ ତାହା ଉପରେ GST ୧୨ରୁ ବୃଦ୍ଧି ପାଇ ୧୮% ହେବ । ତେଣୁ ଅଧିକ ମହଙ୍ଗା ପୋଷାକ ନେବାକୁ ଚାହୁଁଥିଲେ ଏବେ ହିଁ କିଣିନିଅନ୍ତୁ । କଫି, କୋଲଡ୍ରିଙ୍କ, ତମାଖୁ, ସିଗାରେଟ୍, ପାନ ମସଲାରେ ମଧ୍ୟ GST ବୃଦ୍ଧି ପାଉଛି । ୨୮ରୁ ବଢ଼ି ୪୦% GST ଲାଗୁ ହେବ । ୧୨୦୦ରୁ ଅଧିକ ସିସିର ଅଟୋମୋବାଇଲ ମହଙ୍ଗା ହେବାକୁ ଯାଉଛି । ଇଭେଣ୍ଟ ଟିକେଟ ଓ ଲାଇଭ ସ୍ପୋର୍ଟ ଟିକେଟ ମଧ୍ୟ ୨୨ ସେପ୍ଟେମ୍ୱର ପରେ ମହଙ୍ଗା ହେବାକୁ ଯାଉଛି । କାରଣ ଏହା ଉପରେ GST ୨୮ରୁ ବୃଦ୍ଧି ପାଇ ୪୦% ହୋଇଛି ।