ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ଶୁକ୍ରବାର ଚୀନ୍‌କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ଗୋରଖପୁରରେ ସିଡିଏସ୍‌ ଜେନେରାଲ୍‌ ଚୌହାନ କହିଛନ୍ତି ଯେ, ଚୀନ୍ ସହିତ ସୀମା ବିବାଦ ଭାରତ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ମଧ୍ୟରୁ ଗୋଟିଏ । ଭାରତ ବିରୋଧରେ ପାକିସ୍ତାନର ନିରନ୍ତର ଆକ୍ରମଣ ପରବର୍ତ୍ତୀ ବଡ଼ ସମସ୍ୟା । ସର୍ବଦା ଭାରତକୁ କ୍ଷତ ଦେଇ ରକ୍ତାକ୍ତ କରିବା ପାକିସ୍ତାନର ଲକ୍ଷ୍ୟ ଏକ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଦେଶ ସମ୍ମୁଖରେ ଥିବା ଚ୍ୟାଲେଞ୍ଜଗୁଡ଼ିକ ଅଳ୍ପ ସମୟ ପାଇଁ ରହେ ନାହିଁ ଏହି ସବୁ ଆହ୍ବାନର ପ୍ରଭାବ ଦୀର୍ଘ ସମୟ ପାଇଁ ରହେ । ଚୀନ୍ ସହିତ ଭାରତର ବିବାଦ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଏବଂ ହା ଭବିଷ୍ୟତରେ ମଧ୍ୟ ରହିବ ବୋଲି ସେ କହିଛନ୍ତି

ଜେନେରାଲ ଚୌହାନ ଆହୁରି କହିଛନ୍ତି, ଯୁଦ୍ଧର ନିୟମ ବଦଳି ଯାଇଛି ଏବେ ସାଇବର ଏବଂ ସ୍ପେସ୍ ମଧ୍ୟ ଏଥିରେ ସାମିଲ ହୋଇଛି ଆମର ଉଭୟ ପ୍ରତିଦ୍ୱନ୍ଦ୍ୱୀ ଦେଶ ପରମାଣୁ ଶକ୍ତିଶାଳୀ ଏବଂ ସେମାନଙ୍କ ବିରୋଧରେ କି ପ୍ରକାରର ଅଭିଯାନ ଆରମ୍ଭ କରାଯିବା ଉଚିତ ତାହା ନିଷ୍ପତ୍ତି ନେବା ସର୍ବଦା କଷ୍ଟକର । ଅପରେସନ ସିନ୍ଦୂର ବିଷୟରେ ସେ କହିଛନ୍ତି ଯେ, ଏପ୍ରିଲ ୨୨ର ପହଲଗାମ ଆକ୍ରମଣର ଜବାବରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଥିଲା। ଅପରେସନ ସିନ୍ଦୂର ସମୟରେ ସଶସ୍ତ୍ର ବାହିନୀକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିଥିଲା

ସେ କହିଛନ୍ତି, ଆମଲକ୍ଷ୍ୟ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେବା ନୁହେଁ ବରଂ ଆମର ଏକମାତ୍ର ଲକ୍ଷ୍ୟ ଥିଲା ଧୈର୍ଯ୍ୟର ସୀମା ରେଖା ଟାଣିବା। ଆଜି ଗୋରଖପୁରରେ ନବୀକରଣ ହୋଇଥିବା ଗୋରଖା ଯୁଦ୍ଧ ସ୍ମାରକୀ ଏବଂ ଗୋରଖା ସଂଗ୍ରହାଳୟ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସିଡିଏସ୍ ଜେନେରାଲ ଅନିଲ ଚୌହାନ । ଆଜିର ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହୋଇଥିଲେ ।