ମାଲକାନଗିରି,୨୯/୯ (ଆପ୍ର ) ସହିଦ ଯବାନ ରମେଶ ହାଲୱାଙ୍କ ଶ୍ରାଦ୍ଧ ଦିବସରେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ସିଆରପିଏଫ ବାଟାଲିୟନ ଅଧିକାରୀ, ପରିବାର ଓ ବ୍ୟକ୍ତିବିଶେଷ। ମାଲକାନଗିରି ଜିଲ୍ଲାସଦର ମହକୁମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟଅତିଥି ଭାବେ ସିଆରପିଏଫ ବାଟାଲିୟନ ଡେପୁଟି କାମେଣ୍ଡର ରାଜୀବ କୁମାର ସହିଦ ଯବାନ ରମେଶହାଲଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ଏହି ଅବସର ରେ ସିଆରପିଏଫ ଇନ୍ସପେକ୍ଟର ଅବଦୁଲ କାଦେର, ସବ ଇନ୍ସପେକ୍ଟର ବିଶାଲ ପାଟିଲ, ହେଡ଼ କନେଷ୍ଟବଳ ଜି. ଡି. ମନୀଷାକାର,ସମାଜସେବୀ ରତ୍ନାକର ଦାଶ ଓ ସହିଦ ଙ୍କ ମା,ପରିବାର ଲୋକେ ଏବଂ ବିଶିଷ୍ଠ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ସହିଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ କରି ସ୍ମୃତିଚାରଣ କରିଥିଲେ।
ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ କଲୋନୀ ରେ ରହୁଥିବା ରମେଶ ହାଲୱା ମାଲାକନଗିରି ସରକାରି ଉଚ୍ଚବିଦ୍ୟାଳୟରେ ପୂର୍ବରୁ ଅଧ୍ୟୟନ କରିଥିଲେ । ପରେ ସେ ସିଆରପିଏଫ ବାଟାଲିୟନରେ ଯୋଗଦେଇ ଜାମୁକାଶ୍ମୀରରରେ କାର୍ଯ୍ୟ କରୁଥିଲେ । ଗତ ୨୦୦୯ ମସିହା ସେପ୍ଟମ୍ବର ମାସ ୨୯ତାରିଖରେ ଜାମୁକାଶ୍ମୀରର ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସେ ସହିଦ ହୋଇଥିଲେ । ତାଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ହାଇସ୍କୁଲ ପରିସର ରେ ସିଆରପିଏଫ ବାଟାଲିୟନ ପକ୍ଷରୁ ସହିଦ ରମେଶ ଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହିତ ସହିଦ ଙ୍କ ନାମ ରେ ଡିଏନଏକେ ଠାରୁ ତାଙ୍କ ଘର ନିକଟ ରାସ୍ତା କୁ ସହିଦ ରମେଶ ହଲୱା ଙ୍କ ନାମରେ ନାମିତ ହୋଇଛି। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅବସରରେ ସହିଦ ରମେଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରିଥିଲେ । ସହିଦଙ୍କ ସମ୍ମାନ ଜଣାଇ ଯବାନଙ୍କ ପକ୍ଷରୁ ତୋପ ସଲାମୀ ଜଣାଯାଇଥିଲା।ସହିଦ ରମେଶଙ୍କ ପରିବାରଙ୍କୁ ଡେପୁଟି କମାଣ୍ଡର ରାଜୀବ କୁମାର ଓ ଅନ୍ୟାନ ସିଆରପିଏଫ କୋବ୍ରା ବାଟାଲିୟନ ର ଅଧିକାରୀମାନେ ଭେଟି ସମବେଦନା ଜଣାଇବା ସହ ସେମାନଙ୍କୁ ଫୁଲତୋଡ଼ା, ଉପହାର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ।