ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୫-ଟି ଅଧ୍ୟକ୍ଷଙ୍କ ଗଞ୍ଜାମ ଗସ୍ତ : କଠିନ ପରିଶ୍ରମ କରି ସ୍ବପ୍ନ ପୂରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ

ଭୁବନେଶ୍ବର,୩୦।୧ : ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଗଞ୍ଜାମ ଗସ୍ତ କରି ଜିଲ୍ଲାର କଲେଜ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

 ସେ ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ନୁଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।  ଏଥିରେ  ଗଞ୍ଜାମର ସମସ୍ତ କଲେଜର ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ନୂଆ-ଓ କାର୍ଯ୍ୟକ୍ରମରେ ଯୁବକମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କର ଏକାଡେମିକ୍ ସଫଳତା ସହିତ ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶରେ ସାହାଯ୍ୟ କରିବା ପାଇଁ ଏକ ପ୍ଲାଟଫର୍ମ ବୋଲି କହିଥିଲେ। ଜୀବନରେ ସଫଳତା ହାସଲ କରିବାକୁ ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ।  ଉଚ୍ଚ ଲକ୍ଷ୍ୟ ରଖିବା ପାଇଁ  ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଗଞ୍ଜାମ ଜିଲ୍ଲାର କିଛି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ।

 ସେ ଛାତ୍ରମାନଙ୍କୁ ସେମାନଙ୍କର ଶାରୀରିକ ସୁସ୍ଥତା ଉପରେ ଧ୍ୟାନ ଦେବାକୁ କହିଥିଲେ।  ନିଜର ଦକ୍ଷତା ବୃଦ୍ଧି ପାଇଁ  ପ୍ରତିଦିନ ଧ୍ୟାନ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ପିତାମାତା ଏବଂ ଶିକ୍ଷକମାନଙ୍କୁ ସମ୍ମାନ ଦେବା , ଜୀବନ ଏବଂ ବୃତ୍ତିରେ ସେମାନଙ୍କର ପରାମର୍ଶ ନେବାକୁ କହିଥିଲେ।

 ସେହିପରି ଗଞ୍ଜାମରେ କଲେଜ ରୂପାନ୍ତରଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ | ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ ଇତ୍ୟାଦି ପାଇଁ ୧୫୬ ଟି କଲେଜ ଲାଗି ୯୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଫେବୃଆରୀ ସୁଦ୍ଧା ସମସ୍ତ କଲେଜ କାର୍ଯ୍ୟ ସମାପ୍ତ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।


ଆହୁରି ପଢନ୍ତୁ : ୫-ଟି ଅଧ୍ୟକ୍ଷଙ୍କ ସୁନ୍ଦରଗଡ ଗସ୍ତ : ଜୀବନରେ ସଫଳତା ହାସଲ କରିବା ପାଇଁ ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.