ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫-ଟି ଅଧ୍ୟକ୍ଷଙ୍କ ସୁନ୍ଦରଗଡ ଗସ୍ତ : ଜୀବନରେ ସଫଳତା ହାସଲ କରିବା ପାଇଁ ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ

ଭୁବନେଶ୍ବର,୨୯।୧ : ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସୋମବାର ସୁନ୍ଦରଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏଥିସହ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଅଭିଯୋଗ ଗ୍ରହଣ କରିଛନ୍ତି।

ସେ ଭବାନୀପୁରର ସ୍ପୋର୍ଟସ ହଷ୍ଟେଲ କମ୍ପ୍ଲେକ୍ସରେ ଆୟୋଜିତ ହେଉଥିବା ନୁଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ   ସୁନ୍ଦରଗଡର ସମସ୍ତ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେମାନଙ୍କ ସହ ଶ୍ରୀ ପାଣ୍ଡିଆନ ଆଲୋଚନା କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମରେ ଯୁବକମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କର ଏକାଡେମିକ୍ ସଫଳତା ସହିତ ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶରେ ସାହାଯ୍ୟ କରିବା ପାଇଁ ଏକ ପ୍ଲାଟଫର୍ମ ବୋଲି କହିଥିଲେ।  ଜୀବନରେ ସଫଳତା ହାସଲ କରିବା ପାଇଁ ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।  ଜିଲ୍ଲାର କଲେଜ ରୂପାନ୍ତରଣ ଫେବୃଆରୀ ସୁଦ୍ଧା ଶେଷ ହେବ ବୋଲି ସେ ସୂଚନା ଦେଇଥିଲେ। ଉଚ୍ଚ ଲକ୍ଷ୍ୟ ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ।  ଏଥିସହ ସୁନ୍ଦରଗଡ ଜିଲ୍ଲାର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ। ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି, ଆଇଏସ ଶିଶିର କୁମାର ନାୟକ, ମେଜର ଜେନେରାଲ ରମେଶ ଚନ୍ଦ୍ର ପାଢି,  ହକି ଜାତୀୟ ମହିଳା ଦଳର ପୂର୍ବତନ କ୍ୟାପଟେନ ସୁଭଦ୍ରା ପ୍ରଧାନଙ୍କ ଉଦାହରଣ ଦେଇଥିଲେ। ସେମାନେ ସରକାରୀ ବିଦ୍ୟାଳୟ ଓ କଲେଜରୁ ଅଧ୍ୟୟନ କରି ଜୀବନରେ ସଫଳତା ହାସଲ କରିଛନ୍ତି ବୋଲି କହିଥିଲେ। 

ସେହିପରି ୨୩୨ କୋଟି ଟଙ୍କା ବ୍ୟୟରେ ସେମିନା, ରିଉଘାଟ, ଖରିଡିହି ଏବଂ ସାତାରାରେ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପର ଅଗ୍ରଗତିର ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ। ରାଉରକେଲାରେ ବେଦଭାସ ମନ୍ଦିର, ଘୋଗରରେ ଶିବ ମନ୍ଦିର, ବେଲସାରା ଠାରେ ଶିବ ମନ୍ଦିର ବିକାଶର ଅଗ୍ରଗତି ସମୀକ୍ଷା କରିଥିଲେ। 

ସେହିପରି ୪୮.୧୧ କୋଟି ମୂଲ୍ୟରେ ରାଜଗଙ୍ଗପୁରରେ ରେଳ ଓଭର ବ୍ରିଜର ଅଗ୍ରଗତିର ସମୀକ୍ଷା କରିଥିଲେ। ଗତ ୧୦ ବର୍ଷ ହେଲା ଏହା ବନ୍ଦ ରହି ଥିଲା । ଗତ ବର୍ଷ ଜିଲ୍ଲା ଗସ୍ତ ସମୟରେ ସ୍ଥାନୀୟ ଲୋକ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ପାଣ୍ଡିଆନକୁ ଅନୁରୋଧ କରିଥିଲେ। ସେହିପରି ଜିଲ୍ଲାର ବିଭିନ୍ନ ମେଗା ପିଡବ୍ଲୁଏସ୍ ଏବଂ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଥିଲେ । ଧାର୍ଯ୍ୟ ସମୟ ମଧ୍ୟରେ  କାର୍ଯ୍ୟ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ ପାଣ୍ଡିଆନ ୨୦୨୩ ମାର୍ଚ୍ଚରେ   ସୁନ୍ଦରଗଡ ଜିଲ୍ଲା ଗସ୍ତ ପରେ କିଛି ପ୍ରମୁଖ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା।  ସେତେବେଳେ ସଭାରେ ଯୋଗ ଦେଇ ଜନସାଧାରଣଙ୍କ ମତାମତ ନେବା ସହ ଅଭିଯୋଗ ଗ୍ରହଣ କରିଥିଲେ।

ଆହୁରି ପଢନ୍ତୁ : ୫ ଜିଲ୍ଲାର ଦଶ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭବ ପାଇଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.