ନୂଆଦିଲ୍ଲୀ, ୧୧/୧୦ : ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତକି ୭ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଶୁକ୍ରବାର ସେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିଛନ୍ତି। ଦୁଇ ନେତାଙ୍କ ସାକ୍ଷାତକାର ପରେ ମୁତ୍ତକିଙ୍କ ପ୍ରେସ୍ କନଫରେନ୍ସ ଆୟୋଜିତ କରାଯାଇଥିଲା। ଏହି କନଫରେନ୍ସରେ ସାମ୍ବାଦିକାଙ୍କ ଏଣ୍ଟ୍ରି ଉପରେ ବ୍ୟାନ୍ ଲଗାଯାଇଥିଲା। ଯାହାକୁ ନେଇ କଂଗ୍ରେସ ସମାଲୋଚନା କରିଛି।
କଂଗ୍ରେସ ମହାସଚିବ ତଥା ୱାୟନାଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହା ଭାରତର ସକ୍ଷମ ମହିଳାଙ୍କ ପ୍ରତି ଅପମାନ। ଯଦି ପ୍ରଧାନମନ୍ତ୍ରୀଙ୍କ ମହିଳା ଅଧିକାରକୁ ସ୍ୱୀକୃତି କେବଳ ଗୋଟିଏ ନିର୍ବାଚନରୁ ଅନ୍ୟ ଏକ ନିର୍ବାଚନ ପର୍ଯ୍ୟନ୍ତ ଲୋକ ଦେଖାଣିଆ ନୁହେଁ, ତେବେ "ଆମ ଦେଶର ସକ୍ଷମ ମହିଳାମାନଙ୍କ ପ୍ରତି ଅପମାନ" କିପରି ହେବାକୁ ଦିଆଗଲା?
Prime Minister @narendramodi ji, please clarify your position on the removal of female journalists from the press conference of the representative of the Taliban on his visit to India.
— Priyanka Gandhi Vadra (@priyankagandhi) October 11, 2025
If your recognition of women’s rights isn’t just convenient posturing from one election to…
ସେହିପରି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ଵରମ ସୋସିଆଲ ମିଡିଆରେ ପୋଷ୍ଟ କରି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆଫଗାନିସ୍ତାନ ମନ୍ତ୍ରୀ ମୁତ୍ତକିଙ୍କ ପ୍ରେସ୍ କନଫରେନ୍ସରେ ସାମ୍ବାଦିକାଙ୍କୁ ବ୍ୟାନ୍ କରିବା ଦୁର୍ଭାଗ୍ୟଜନକ। ଏଭଳି ହେବା ସମୟରେ ସାମ୍ବାଦିକଙ୍କୁ ମଧ୍ୟ ତାଙ୍କ ମହିଳା ସହକର୍ମୀଙ୍କ ସହ ମିଶି ପ୍ରେସ୍ କନଫରେନ୍ସକୁ ବହିଷ୍କାର କରିଦେବାର ଥିଲା। ସେ ଏସ୍. ଜୟଶଙ୍କରଙ୍କୁ ମଧ୍ୟ ଟାର୍ଗେଟ୍ କରି କହିଛନ୍ତି ଯେ, "ତାଲିବାନ ସହିତ ଆଲୋଚନା କରିବାକୁ ଆମର ଭୂରାଜନୈତିକ ବାଧ୍ୟବାଧକତା ମୁଁ ବୁଝିପାରୁଛି, କିନ୍ତୁ ସେମାନଙ୍କର ପକ୍ଷପାତପୂର୍ଣ୍ଣ ଏବଂ ରୀତିନୀତିକୁ ଗ୍ରହଣ କରିବା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ। ତାଲିବାନ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ମହିଳା ସାମ୍ବାଦିକମାନଙ୍କୁ ବାଦ ଦେବାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଏସ ଜୟଶଙ୍କରଙ୍କ ଆଚରଣ ଅତ୍ୟନ୍ତ ନିରାଶାଜନକ।"
I am shocked that women journalists were excluded from the press conference addressed by Mr Amir Khan Muttaqi of Afghanistan
— P. Chidambaram (@PChidambaram_IN) October 11, 2025
In my personal view, the men journalists should have walked out when they found that their women colleagues were excluded (or not invited)