ନୂଆଦିଲ୍ଲୀ,୧୬/୧୦ :  କାନାଡାର ସରେରେ ଥିବା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ରେଷ୍ଟୁରାଣ୍ଟରେ ଗୁରୁବାର ଗତ ତୃତୀୟ ଥର ପାଇଁ ଗୁଳିକାଣ୍ଡ ହୋଇଛି । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଅପରେସନର ଅଂଶ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ଢିଲୋନ ଏବଂ କୁଲଦୀପ ସିଦ୍ଧୁ ସୋସିଆଲ ମିଡିଆରେ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଥିବା ଜଣାପଡ଼ିଛି।

ଜୁଲାଇ ପରେ ଏହା ତୃତୀୟ ଥର ପାଇଁ କପିଲ ଶର୍ମାଙ୍କ ରେଷ୍ଟୁରାଣ୍ଟକୁ ଟାର୍ଗେଟ କରାଯାଇଛି। ପ୍ରଥମ ଆକ୍ରମଣ ଜୁଲାଇ ୧୦ ତାରିଖରେ ହୋଇଥିଲା ଯେତେବେଳେ କିଛି କର୍ମଚାରୀ ଭିତରେ ଥିଲେ। ଦ୍ୱିତୀୟ ଆକ୍ରମଣ, ଯେଉଁଥିରେ ଅତି କମରେ ୨୫ ଗୁଳି ଚାଳନା କରାଯାଇଥିଲା ଯାହା ଅଗଷ୍ଟ ୮ ତାରିଖରେ ହୋଇଥିଲା।

ବ୍ରିଟିଶ କଲମ୍ବିଆର ସରେ ସହରରେ ଅବସ୍ଥିତ କାପ୍ସ କାଫେରେ ହୋଇଥିବା ଗୁଳିକାଣ୍ଡ ସମ୍ପର୍କରେ ସ୍ଥାନୀୟ ପୋଲିସ ଏ ପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହିଁ । ନ୍ୟୁଜ୍ ଡର୍ବି ରିପୋର୍ଟ କରିଛି ଯେ ଏଥିରେ ଅନେକ ଗୁଳି ଚାଳନା କରାଯାଇଛି, ଯାହା କୋଠାର ଝରକା ସମେତ ଏହାର ମୁଖଭାଗକୁ କ୍ଷତି ପହଞ୍ଚାଇଛି।