ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଜିତିଲା ଭାରତ। ଖାଲି ସୀମାରେ ନୁହେଁ, ପଡିଆରେ ବି ଦମ୍ ଦେଖାଇଲା ଭାରତ। ଫାଇନାଲ ମ୍ୟାଚର ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବାଜି ମାରିଲା ଭାରତ। ଟିମ୍ ଇଣ୍ଡିଆ ପାକିସ୍ତାନକୁ ୱିକେଟ୍‌ରେ ଧୂଳି ଚଟାଇ ଦେଇଛି। ଟିମ୍ ଇଣ୍ଡିଆ ମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ଜିତି ନେଇଛି।

ରବିବାର, ଭାରତୀୟ ଦଳ ୨୦ତମ ଓଭରର ଚତୁର୍ଥ ବଲରେ ୧୪୭ ରନର ଟାର୍ଗେଟ ହାସଲ କରିନେଇଥିଲା। ରିଙ୍କୁ ସିଂହ ଚୌକା ମାରି ଭାରତକୁ ବିଜୟୀ କରାଇଥିଲେ। ତେବେ ଭାରତର ଏହି ଜିତ୍ ପଛରେ ତିଲକ ବର୍ମାଙ୍କ ୬୯ ରନର ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଦଳ ୧୯. ଓଭର ସୁଦ୍ଧା ୧୪୬ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। କୁଲଦୀପ ଯାଦବ ସର୍ବାଧିକ ୱିକେଟ୍‌ ନେଇଥିଲେ। ଜସପ୍ରିତ ବୁମରାହ, ବରୁଣ ଚକ୍ରବର୍ତ୍ତୀ ଏବଂ ଅକ୍ଷର ପଟେଲ ପ୍ରତ୍ୟେକ ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହାନ୍ ସର୍ବାଧିକ ୫୭ ରନ ସଂଗ୍ରହ କରିଥିଲେ।