ଭୁବନେଶ୍ବର,୬/୯ : ଶିକ୍ଷକ ଆନ୍ଦୋଳନ ପରେ ସରକାରଙ୍କ ତତ୍ପରତା। ଶିକ୍ଷକ ପ୍ରତିନିଧୀ ମଣ୍ଡଳୀ ସହ ଆଲୋଚନା କଲେ ମନ୍ତ୍ରୀ । ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ଦୁଇ ଦୁଇ ମନ୍ତ୍ରୀ ବିଧାୟକ ଓ ଗଣଶିକ୍ଷା ସଚିବ। ଆଲୋଚନାରେ ବିଧି, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଧାୟକ ବାବୁ ସିଂ ଉପସ୍ଥିତ ଥିଲେ । ସରକାର ନିଜେ ମୁଖ୍ୟମନ୍ତ୍ରୀ ପଜିଟିଭ ମାନସିକତାରେ ରହିଛନ୍ତି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ଏକ କମିଶନ ଗଠନ ହେବ। ଯେଉଁଥିରେ ଅର୍ଥ, ଆଇନ ବିଭାଗ ଓ ଶିକ୍ଷାବିତ ରହିବେ। ଏ ନେଇ ଟିକେ ସମୟ ଓ ତର୍ଜମାର ଆବଶ୍ୟକ ରହିଛି । ପୁଣି ପୂର୍ବ ସରକାରକୁ ଦାୟୀ କଲେ ମନ୍ତ୍ରୀ । ଶିକ୍ଷକଙ୍କ ସମସ୍ୟା ଓ ଦାବି ପୁରଣ ନେଇ କୌଣସି ପଦକ୍ଷେପ ନେଇ ନ ଥିଲେ ପୂର୍ବ ସରକାର । ଯେଉଁଥି ପାଇଁ ପ୍ରକ୍ରିୟା ବିଳମ୍ବ ହେଉଛି । ଆମେ ଚେଷ୍ଟା କରୁଛୁ ଟିକେ ସମୟ ଲାଗିବ।
ଅନ୍ୟପଟେ ଆଇନମନ୍ତ୍ରୀ କହିଛନ୍ତି ଓଷ୍ଟା ଓ ଶିକ୍ଷକ ସମନ୍ବୟ ସମିତି ସହ ଆଲୋଚନା ହୋଇଛି । ତାଙ୍କର ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ୫ ଜଣିଆ କମିଟି ଗଠନ ହୋଇଛି । ଦାବି ଉପରେ ତର୍ଜମା କରନ୍ତୁ । ଖିବଶୀଘ୍ର ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯେହେତୁ ଆନ୍ଦୋଳନରେ ଶିକ୍ଷକମାନେ ଅଛନ୍ତି । ଶିକ୍ଷକ ନେତାମାନଙ୍କ ସହ ଆଲୋଚନା ହୋଇଛି । ୪ଟି ଦାବି ଉପରେ ଆଲୋଚନା ହେଲା । ଖୁବଶୀଘ୍ର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ବସିବ । ଏ ପ୍ରକ୍ରିୟା ଶୀଘ୍ର ଶେଷ ହେବାକୁ ଆମେ ଚେଷ୍ଟିତ । ଖୁବଶୀଘ୍ର ପଜିଟିଭ ନିଷ୍ପତ୍ତି ନିଆଯିବ। ୧୯୪ସ୍କୁଲକୁ ଅନୁଦାନ। ଅବସର ବୟସ ୬୦ରୁ ୬୨କୁ ବୃଦ୍ଧି ପ୍ରମୁଖ ଦାବି ରହିଛି । ଆନ୍ଦୋଳନରୁ ଓହରିବା ପାଇଁ ନିବେଦନ କଲେ ଉଭୟ ମନ୍ତ୍ରୀ । ଅନ୍ୟପଟେ ଦାବି ସମ୍ପର୍କରେ ସରକାର ଅବଗତ ଅଛନ୍ତି । ବାରମ୍ବାର ପୂର୍ବ ସରକାରରୁ ଏଯାବତ ଅନେକ କମିଟି ଗଠିତ ହୋଇଛି । ହେଲେ ସମାଧାନ ହୋଇନାହିଁ । ଆଜିର ବୈଠକ ପରେ ଆମେ ଆଶାବାଦୀ ରହିଛୁ । ହେଲେ ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଲେ ହିଁ ଆନ୍ଦୋଳନ ସ୍ଥଗିତ ରଖିବୁ ବୋଲି କହିଛନ୍ତି ।