ଭୁବନେଶ୍ଵର, ୨୦/୯ : ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର। ୭୦ଟି ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ପକ୍ଷରୁ ଦିଆଯାଇଛି ଅନୁମତି। ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ଅଛି। ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଅବକାରୀ ମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ୱରରେ ସର୍ବାଧିକ ୧୭ଟି, ଗଞ୍ଜାମରେ ୧୦ଟି, ନୟାଗଡ଼ରେ ୯ଟି, ମୟୁରଭଞ୍ଜରେ ୮ଟି, କଟକରେ ୭ଟି ରାଉଲକେଲାରେ ୫ଟି, କେନ୍ଦୁଝରରେ ୩ଟି, ବ୍ରହ୍ମପୁରରେ ୪ଟି, ବଲାଙ୍ଗୀରରେ ୨ଟି, କନ୍ଧମାଳରେ ୩ଟି, ମାଲକାନଗିରି ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ ବନ୍ଦ ଥିବା ମଦ ଦୋକାନ ଖୋଲାହେବ। ସେହିପରି ପୁରୀରେ ୩ଟି ଓ ଭୁବନେଶ୍ଵରରେ ଗୋଟିଏ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ଅଛି। ଢେଙ୍କାନାଳରେ ୨ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।