ବାଲିଶଙ୍କରା, ୧୬/୧୦ : ପାରିବାରିକ କଳହରୁ ବିଭତ୍ସ ହତ୍ୟା। ସ୍ଵାମୀ ସାଜିଲା ସୈତାନ। ସ୍ତ୍ରୀର ତଣ୍ଟି ଚିପି ମାରିଦେଲା ନୃଶଂସ। ଗୁରୁବାର ସକାଳେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ବନ୍ଧବାହାଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। 

ସୂଚନାନୁଯାୟୀ, କିଞ୍ଜିରକେଲା ଥାନା ବନ୍ଧବାହାଲ ଗାଁର ସଞ୍ଜୁ ସିଂ (୨୬ ବର୍ଷ) ଓ ସ୍ଵାମୀ ଅର୍ଜୁନ ସିଂ (୩୨ ବର୍ଷ)ଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ଲାଗିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅର୍ଜୁନ ସିଂ ସ୍ତ୍ରୀ ସଞ୍ଜୁ ସିଂର ତଣ୍ଟି ଚିପି ହତ୍ୟା କରିଥିଲା। ଘଟଣା ସମ୍ବନ୍ଧରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ କିଞ୍ଜିରକେଲା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଅଭିଯୁକ୍ତ ଅର୍ଜୁନ ସିଂକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।