ନୂଆଦିଲ୍ଲୀ,୧୬/୦୯ : ଆୟତରଦାତାଙ୍କୁ ବଡ଼ ଆଶ୍ୱସ୍ତି । ବଢିବା ଅବଧି । ଆୟକର ରିଟର୍ଣ୍ଣ (ଆଇଟିଆର୍) ଦାଖଲର ଅବଧିକୁ ଗୋଟିଏ ଦିନ ପାଇଁ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ସୂଚନା ଅନୁସାରେ ଆଜି ପାଇଁ ଅର୍ଥାତ ସେପ୍ଟେମ୍ବର ୧୬ରେ ଆଇଟିଆର୍ ଦାଖଲ କରାଯାଇପାରିବ । ସୋମବାର (ସେପ୍ଟେମ୍ବର ୧୫) ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଥିଲା । କିନ୍ତୁ କିଛି ଟିକସଦାତା ଆୟକର ଇ-ଫାଇଲିଂ ପୋର୍ଟାଲ୍ରେ ସମସ୍ୟା ଦେଖା ଦେଇଥିବା ଅଭିଯୋଗ କରି ରିଟର୍ଣ୍ଣ ଦାଖଲ କରିବା ଅବଧିକୁ ବଢାଇବାକୁ ଦାବି କରିଥିଲେ । ବୋଧହୁଏ ଟିକସଦାତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ଅବଧିକୁ ଗୋଟିଏ ଦିନ ପାଇଁ ବୃଦ୍ଧି କରାଯାଇଛି । ଆଜି ଶେଷ ତାରିଖ ହୋଇଥିବାରୁ ତୁରନ୍ତ ଭରି ଦିଅନ୍ତୁ ଆଇଟିଆର ।
ପ୍ରଥମେ ଏହି ତାରିଖ ସେପ୍ଟେମ୍ବର ୧୫ ତାରିଖ ଥିଲା । ପୂର୍ବରୁ ଆଇଟିଆର ଫାଇଲ କରିବାର ଡେଡଲାଇନ ଜୁଲାଇ ୩୧ ଥିଲା ଯାହାକୁ ସେପ୍ଟେମ୍ବର ୧୫କୁ ବଢା ଯାଇଥିଲା । ଆୟକର ବିଭାଗ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିବୃତ୍ତିରେ କୁହାଯାଇଛି କି, ଆୟକର ରିଟର୍ଣ୍ଣ ଭରିବାର ଶେଷ ତାରିଖକୁ ଗୋଟିଏ ଦିନ ପାଇଁ ବଢାଯାଉଛି । ଜଣେ କରଦାତାଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ଇ-ଫାଇଲିଂ ପୋର୍ଟାଲରେ ଜରୁରୀ ଅପଡେଟ୍ ଏବଂ ପରିବର୍ତ୍ତନ ପାଇଁ ସେପ୍ଟେମ୍ବର ୧୬ ରାତି ୧୨ରୁ ସକାଳ ୨ଟା୩୦ ଯାଏ ପରିଚାଳନା କରାଯିବ । ପୂର୍ବରୁ ଅବଧି ସେପ୍ଟେମ୍ବର ୩୦ରୁ ବୃଦ୍ଧି କରାଯାଇଥିବା ନେଇ ଗୁଜବ ପ୍ରକାଶ ପାଇଥିଲା । ଏହାକୁ ବିଶ୍ୱାସ ନକରିବାକୁ ଆୟକର ବିଭାଗ କହିଥିଲା ।
ଆୟକର ବିଭାଗ ସୂଚନା ଅନୁଯାୟୀ ୭ କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଛି । ୬.୦୨ କୋଟି ଆଇଟିଆର ଯାଞ୍ଚ କରାଯାଇଥିବାବେଳେ ୪ କୋଟିର ପ୍ରକ୍ରିୟାକରଣ କରାଯାଇଛି । ଆୟକର ରିଟର୍ଣ୍ଣ ସଠିକ୍ ସମୟରେ ଫାଇଲ୍ କରିବା ଜରୁରୀ । ନଚେତ୍ ଜରିମାନ ଭରିବାକୁ ପଡିପାରେ । ଇନ୍କମ ଟ୍ୟାକ୍ସ ଆକ୍ଟ ଧାରା ୨୩୪ ଏଫ୍ ଅଧୀନରେ ଜରିମାନ ଲାଗୁ ହୋଇପାରେ । ଯଦି ଜଣଙ୍କର ଇନ୍କମ ୫ ଲକ୍ଷରୁ ଅଧିକ ସେ ବିଳମ୍ବରେ ଆଇଟିଆର ଫାଇଲ କରନ୍ତି ତେବେ ତାଙ୍କୁ ୫ ହଜାର ଫାଇନ ଦେବାକୁ ପଡିବ । ସେହିପରି ଯାହାର ଇନକମ ୫ ଲକ୍ଷରୁ କମ୍ ତେବେ ସେ ବିଳମ୍ବରେ ଆଇଟିଆର ଭରିଲେ ୧୦୦୦ ଟଙ୍କା ଜରିମାନ ଦେବାକୁ ପଡିବ ।