ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

୧୦୬ ରନରେ ଦ୍ୱିତୀୟ ଟେଷ୍ଟ ଜିତିଲା ଭାରତ, ଦ୍ୱିତୀୟ ପାଳିରେ ଇଂଲଣ୍ଡ ୨୯୨ ରନରେ ଅଲଆଉଟ୍

Published By : Sushanta Sahu | February 5, 2024 3:49 PM

ବିଶାଖାପାଟ୍ଟଣମ୍, ୦୫/୦୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଭାରତ ୧୦୬ ରନରେ ଜିତି ନେଇଛି । ବିଶାଖାପାଟ୍ଟଣମ୍ ଟେଷ୍ଟ ଜିତିବା ସହ ୧-୧ରେ ବରାବର ହୋଇଛି ସିରିଜ୍ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ ଯଶସ୍ୱୀ ଜୟସୱାଲ, ଶୁବମନ ଗିଲ୍ ଓ ରବିଚନ୍ଦ୍ରନ ଅଶ୍ୱୀନ ଚମକପଦ ପ୍ରଦର୍ଶନ କରିଥିଲେ । ପ୍ରଥମପାଳିରେ ଜୟସୱାଲ୍ ୨୦୯ ରନ୍ କରିଥିଲେ । ଯେତେବେଳେ କି ବୁମରା ପୂରା ମ୍ୟାଚରେ ୯ ୱିକେଟ୍ ନେଇଥିବା ବେଳେ ଚତୁର୍ଥ ଦିନରେ ସରି ଯାଇଛି ମ୍ୟାଚ୍ ।

ମୁକାବିଲାରେ ୩୯୯ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଇଂଲଣ୍ଡ ଦଳ ୨୯୨ ରନରେ ଅଲଆଉଟ୍ ହୋଇ ଯାଇଛି । ଦ୍ୱିତୀୟ ପାଳିରେ ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରଲି ସର୍ବାଧିକ ୭୩ ରନ୍ କରିଥିଲେ । ଜ୍ୟାକଙ୍କୁ ବାଦ୍ ଦେଲେ ଇଂଲଣ୍ଡର କୌଣସି ଖେଳାଳି ବଡ଼ ପାଳି ଖେଳିବାରେ ସକ୍ଷମ ହୋଇ ନଥିଲେ । 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ପ୍ରଥମ ଇନିଂସରେ ଘରୋଇ ଦଳ ୩୯୬ ରନ୍ କରିଥିଲା । ଦଳ ପକ୍ଷରୁ ଯଶସ୍ୱୀ ଜୟସୱାଲ ସର୍ବାଧିକ ୨୦୯ ରନ୍ କରିଥିଲେ । ୧୯ ଚଉକା ସହ ୭ଟି ଛକ୍କା ମାରିଥିଲେ ଜୟସୱାଲ୍ । ତେବେ ଜୟସୱାଲଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ବଡ଼ ପାଳି ଖେଳି ପାରି ନଥିଲି ।

ପ୍ରଥମ ପାଳିରେ ଭ୍ରମଣକାରୀ ଦଳ ୨୫୩ ରନ୍ କରି ପାରିଥିଲା । ଏହା ପରେ ଦ୍ୱିତୀୟ ପାଳିରେ ଭାରତ ୨୫୫ ରନ୍ କରି ଇଂଲଣ୍ଡ ଆଗରେ ୩୯୯ ରନର ବିଜୟ ଲକ୍ଷ୍ୟ ରଖିଥିଲା । ୩୯୯ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରୁଥିବା ଇଂଲଣ୍ଡ କ୍ରିଜରେ ତିଷ୍ଠି ପାରି ନଥିଲା । ଦ୍ୱିତୀୟ ପାଳିରେ ଦଳ ୨୯୨ ରନରେ ଅଲଆଉଟ୍ ହୋଇ ଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.