ନୂଆଦିଲ୍ଲୀ,୧୧।୧୦: ଭାରତ ପାଇଁ ଆଗାମୀ ଦଶକ ଖୁବ୍ ଗୁରୁତ୍ବପୂର୍ଣ୍ଣ। ୨୦୩୫ ପର୍ଯ୍ୟନ୍ତ ୪ଟି ଅତ୍ୟାଧୁନିକ ଓ ସ୍ବଦେଶୀ ବିମାନ ମିଳିବାକୁ ଯେଉଛି। ଏଥିରେ ପଞ୍ଚମ ପୀଢିର ଷ୍ଟିଲଥ୍ ଫାଇଟର ଜେଟ୍ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ବା AMCA ରହିଛି। ଏହି ଅତ୍ୟାଧୁନିକ ଫାଇଟର ଜେଟ୍ ଶତ୍ରୁର ସାଟେଲାଇଟ୍ ସିଗନାଲକୁ ହ୍ୟାକ୍ କରି କ୍ଷଣକରେ ପଙ୍ଗୁ କରି ଦେବ।

ଏବେ ସାରା ବିଶ୍ବରେ  ଫାଇଟର ଜେଟ୍‌ ତିଆରି ହେଉଛି,ଏହାର ଅତ୍ୟାଧିକ ସ୍ପିଡ୍ ମଧ୍ୟ ରହିଛି। ଏଥିରେ ରହିଛି ଅତ୍ୟନ୍ତ ଉନ୍ନତ ନାଭିଗେସନ୍ ଓ କମ୍ୟୁନିକେସନ୍ ସିଷ୍ଟମ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହି ଟେକ୍ନୋଲୋଜିକୁ ହଜାର ଗୁଣା ବଢାଇ ଦେଇଛି। ଏହି କ୍ଷେତ୍ରରେ ଭାରତ ମଧ୍ୟ ଆଗେଇଛି। ଏବେ ଦୁନିଆରେ ପଞ୍ଚମ ପୀଢିର ଷ୍ଟିଲଥ୍ ଫାଇଟର ଜେଟ୍ ସବୁଠାରୁ ଭଲ ବୋଲି ମନେକରାଯାଉଛି। ଏଥିରେ ଆମେରିକାର ଏଫ୍-୩୫ଓ ରୁଷର ଏସୟୁ୫୭ ନାଁ ରହିଛି। ଯାହାକି ମ୍ୟାକ୍-୨ ପର୍ଯ୍ୟନ୍ତ ମଧ୍ୟ ସ୍ପିଡ୍ ଧରିପାରେ।

ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନର ସଞ୍ଚାଳନରେ ମଧ୍ୟ ସାଟେଲାଇଟ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ଏଭଳି ସ୍ଥତିରେ AMCA ଏହାର ସଞ୍ଚାଳନରେ ସହାୟତା କରି ସାଟେଲାଇଟ୍ ସିଗନାଲକୁ କିଛି ସେକେଣ୍ଡ ପାଇଁ ବାଧାପ୍ରାପ୍ତ କରିପାରେ। ଚୀନ୍ ଆମେରିକାର ନାସା ସାଟେଲାଇଟ୍‌ ଉପରେ ଯେଉଁ ଆକ୍ରମଣ କରିଥିଲା,ତାହା କେବଳ ୧୨ ମିନିଟ୍ ପର୍ଯ୍ୟନ୍ତ ଥିଲା।  ଯାହାକି ଆମେରିକାର ବହୁତ କିଛି କ୍ଷତି କରିଥିଲା। ଏପର୍ଯ୍ୟନ୍ତ  ଏହି ଟେକ୍ନୋଲୋଜିର ବ୍ୟବହାର  ସ୍ଥଳ ଭାଗରୁ  କରାଯାଉଥିଲା। କିନ୍ତୁ ଏବେ ଜେଟ୍‌ ତିଆରି କରାଯାଉଛି, ଏହା ଅଧିକ ପାଓ୍ବାରଫୁଲ୍ ଇଲେକ୍ଟ୍ରିକ୍ ଓ୍ବାରଫେୟାର ଟେକ୍ନୋଲୋଜି। ଶତ୍ରୁର ସାଟେଲାଇଟ୍ ସିଗନାଲକୁ ଜାମ୍ କରିବା ସହ ଭୁଲ କମାଣ୍ଡ ପଠାଇ ତାଙ୍କୁ ଚକମା ଦେଇପାରେ।