ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଚାଲିଥିବା ଧିର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅନେକ ସରକାରଙ୍କୁ ସମାଲୋଚନା କରୁଛନ୍ତି। ବିଗତ ଚାରି ବର୍ଷ ମଧ୍ୟରେ ଭାରତର ଖାଉଟିମାନେ ଚଳିତ ବର୍ଷ ବଜାରରେ ସବୁଠୁ କମ୍ ଖର୍ଚ୍ଚ କରୁଛନ୍ତି। ଯାହାପାଇଁ ଭାରତର ଅର୍ତନୀତି ସାମାନ୍ୟ ପଛେଇ ଯାଇଛି। କିନ୍ତୁ ସ୍ମାର୍ଟଫୋନ ବ୍ୟବହାରକାରୀମାନଙ୍କ ମଧ୍ୟରେ ଏହି ସଂଖ୍ୟା ପୂର୍ବଭଳି ସ୍ଥିର ରହିଛି। ଯହାଦ୍ୱାରା ସୋଶିଆଲ ମିଡିଆ ଇନଫ୍ଲୁଏନ୍ସର ଓ ବ୍ୟବସାୟୀମାନଙ୍କର ଆୟରେ କୈଣସି ହ୍ରାସ ପରିଲକ୍ଷିତ ହୋଇନାହିଁ। 

ଆପଣ ବସ କମ୍ୱା ଟ୍ରେନରେ ଯାତ୍ରା କଲାବେଳେ ହେଉ ଅବା ନିଜ ପରିବାର, ସାଙ୍ଗସାଥୀଙ୍କ ମଧ୍ୟରେ ଅନେକ ଜଣଙ୍କୁ ପ୍ରାୟ ସମୟ ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ପାଇଥିବେ। ଭାରତରେ ଉପଲବ୍ଧ ଶସ୍ତା ଡାଟା ପ୍ଲାନ ଓ ସ୍ମାର୍ଟଫୋନର ଉପଲବ୍ଧତା ବ୍ୟବହାରକାରିମାନଙ୍କୁ ଏକ ନୂଆ ଅନୁଭବ ପ୍ରଦାନ କରିଛି। ଯେଉଁଥିପାଇଁ ବିଭିନ୍ନ ଇ-କମର୍ସ ସଂସ୍ଥା ଗୁଡିକ ପ୍ରତି ମାସ ଶେଷରେ ନିଜ ପ୍ଲାଟଫର୍ମରେ ସେଲ ସେସନ ଜାରି କରୁଛନ୍ତି। ନିକଟରେ ଜାରି ହୋଇଥିବା ଏକ ରିପୋର୍ଟ ମୁତାବକ ଭାରତୀୟମାନେ ନିଜ ଫୋନରେ ପ୍ରାୟ ଟ୍ରିଲିୟନ ଟ୍ରିଲିୟନ ଘଣ୍ଟା ବିତାଉଛନ୍ତି। ଯେଉଁଥିପାଇଁ ବିଭିନ୍ନ ସୋଶିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ଗୁଡିକ ବଳ ଆୟ କରୁଛନ୍ତି। ଭାରତ ବିଶ୍ୱର ସର୍ବାଧିକ ଇଣ୍ଟରନେଟ୍ ବ୍ୟବହାରକାରୀମାନଙ୍କ ସହ ଡାଟା ବିକ୍ରୟ, ଭାଇରାଲ ଭିଡିଓ ଦେଖିବା ଓ ଆନ୍ତର୍ଜାତିୟ ଯାତ୍ରା କରିବା ପାଇଁ ରେକର୍ଡ ହାସଲ କରିଛି। 

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୨୦୨୪ରେ ଭାରତୀୟମାନେ ମୋଟ୍ ୧.୧ ଲକ୍ଷ କୋଟି ଘଣ୍ଟା ନିଜ ସ୍ମାର୍ଟଫୋନରେ ସମୟ କାଟିଛନ୍ତି। ଭାରତର ଶସ୍ତା ଇଣ୍ଟରନେଟ ପ୍ଲାନ ପାଇଁ ବିଶ୍ୱର ସର୍ବାଧିକ ଇନଷ୍ଟାଗ୍ରାମ ଓ ନେଟଫ୍ଲିକ୍ସ ୟୁଜର୍ସ ଭାରତରେ ରହିଛିନ୍ତି। ପ୍ରତ୍ୟେକ ଭାରତୀୟ ହାରାହାରି ୫ ଘଣ୍ଟା ମୋବାଇଲ ବ୍ୟବହାର କରୁଛନ୍ତି ବୋଲି ନିକଟରେ ହୋଇଥିବା ସର୍ଭେରୁ ଜଣାପଡିଛି। ଏମାନଙ୍କ ମଧ୍ୟରୁ ପାଖାପାଖି ୭୦ ପ୍ରତିଶତ ଲୋକ ଗେମିଂ ଓ ମନୋରଞ୍ଜନ ଧର୍ମୀ ଭିଡିଓ ଦେଖିବାରେ ସର୍ବାଧିକ ସମୟ କଟାଇଛନ୍ତି ବୋଲି ଜଣାପଡିଛି।

ଭାରତର ଡିଜିଟାଲ ଚ୍ୟାନେଲ ଗୁଡିକ ୨.୫ ଲକ୍ଷ କୋଟିରୁ ଅଧିକ ଆୟ କରିଛନ୍ତି। ଯାହା ୨୦୨୪ ପରେ ପ୍ରଥମଥର ପାଇଁ ଟେଲିଭିଜନକୁ ପଛରେ ଛାଡିଦେଇଛି।  

ସମଗ୍ର ବିଶ୍ୱରେ ଅଧିକ ସମୟ ଫୋନ ବ୍ୟବହାର କରିବା ମାମଲାରେ ଇଣ୍ଡୋନେସିଆ ଓ ବ୍ରାଜିଲ ପରେ ଭାରତୀୟମାନେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କିନ୍ତୁ ଭାରତର ଲୋକମାନେ ବ୍ୟବାହାର କରୁଥିବା ସମୟକୁ ମୋଟ୍ ଭାବେ ହିସାବକୁ ନେଲେ ଏହା ବିଶ୍ୱର ସର୍ବବୃହତ ଡାଟା ମାର୍କେଟ ଭାବେ ପରିଗଣିତ ହେଉଛି। ତେଣୁ ଏହି ବଜାରକୁ ହାତେଇବା ପାଇଁ ମୁକେଶ ଅମ୍ବାନୀ ଓ ଏଲନ ମସ୍କଙ୍କ ଭଳି ବଡବଡ ବ୍ୟବସାୟୀ ପ୍ରତିନ୍ଦ୍ୱନ୍ଦିତା କରୁଥିବା ଦେଖାଯାଉଛି। 

ଯେତେବେଳେ ଭାରତୀୟମାନେ ନିଜ ସ୍ମାର୍ଟପୋନରେ ବ୍ୟସ୍ତ ରହୁଛନ୍ତି ସେତେବେଳେ ଲକ୍ଷଲକ୍ଷ କଣ୍ଟେଣ୍ଟ କ୍ରିଏଟର ନିଜନିଜର ସର୍ଟ ଭିଡିଓ ଓ ବ୍ଲଗ୍ ଆଦି ପୋଷ୍ଟ କରିବାରେ ବ୍ୟସ୍ତ ରହୁଛନ୍ତି। ସହଜ ଓ ଶସ୍ତା ଇଣ୍ଟରନେଟ ସେବା ଅନେକ କଣ୍ଟେଣ୍ଟ କ୍ରିଏଟରଙ୍କୁ ରୋଜଗାରର ଏକ ମାଧ୍ୟମ ପ୍ରଦାନ କରିଛି। ଭାରତରେ ଥିବା କଣ୍ଟେଣ୍ଟ କ୍ରିଏଟରଙ୍କ ଭିତରେ ସିଂହଭାଗ ଯୁବକ ରହିଛନ୍ତି। 

୨୦୧୪-୧୫ରେ ଭାରତ ନିଜ ଆବଶ୍ୟକତାର ମୋଟ୍ ୨୫ ପ୍ରତିଶତ ଫୋନ ନିଜ ବଜାରରେ ଉତ୍ପାଦନ କରୁଥିଲା। କିନ୍ତୁ ବିଗତ ଏକ ଦଶନ୍ଧି ମଧ୍ୟରେ ଏହି ଦୃଶ୍ୟପଟ୍ଟରେ ଅନେକ ପରିବର୍ତ୍ତନ ଆସିଛି। ସୂଚନା ମୁତାବକ, ୨୦୨୪ ଆର୍ଥିକ ବର୍ଷରେ ଭାରତର ସ୍ଥାନିୟ ବଜାରରେ ତିଆରି ହୋଇଥିବହା ସ୍ମାର୍ଟଫୋନ ୪୯.୨୭ ବିଲିୟନ ଡଲାରର ରୋଜଗାର କରିଥିବା ବେଳେ ୨୦୧୫ ଆର୍ଥିକ ବର୍ଷରେ ମାତ୍ର ୩ ବିଲିୟନ ଆମେରିକୀୟ ଡଲାରର ବ୍ୟବସାୟ ହୋଇଥିଲା।