ନୂଆଦିଲ୍ଲୀ,୧୧/୯ : ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଲିଷ୍ଟରେ ପରିବର୍ତ୍ତନ । ଲମ୍ବା ସମୟରୁ ଏଲନ ମସ୍କଙ୍କୁ ସବୁଠାରୁ ଧନୀ ବ୍ୟକ୍ତି ବୋଲି କୁହାଯାଉଥିଲା । କିନ୍ତୁ ଏବେ ଏହି ତାଜ୍ ଜଣେ ନୂଆ ନାଁର ମୁଣ୍ଡରେ ଲାଗିଛି । ଓରେକଲର ସହ-ସଂସ୍ଥାପକ ଲ୍ୟାରୀ ଏଲିସନ ପ୍ରଥମ ଥର ବିଶ୍ବର ସବୁଠାର ଧନୀ ବ୍ୟକ୍ତି ହୋଇଛନ୍ତି । ବ୍ଲୁମବର୍ଗ ବିଲିୟନୟର୍ସ ଇଣ୍ଡେକ୍ସର ସଦ୍ୟ ରିପୋର୍ଟ ଅନୁସାରେ ତାଙ୍କର ପ୍ରାୟ ସମ୍ପତ୍ତି ଏବେ ୩୯୩ଅରବ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ସେହିଭଳି ଏଲନ ମସ୍କଙ୍କ ସମ୍ପତ୍ତି ଖସି ୩୮୫ଅରବ ଡଲାର ରହିଯାଇଛି ।
ଏହି ଖବର ଆସିବା ପରେ ପୂରା ବିଶ୍ବରେ ଲ୍ୟାରୀ ଏଲିସନ ଚର୍ଚ୍ଚାର କେନ୍ଦ୍ର ହୋଇଯାଇଛନ୍ତି । ଲୋକେ ଜାଣିବାକୁ ଚାହୁଁଛନ୍ତି କି ବିଶେଷ କରି ଏହି ବ୍ୟକ୍ତି ଯାହାଙ୍କ ପରିଚୟ କେତେବେଳେ କେବଳ ଜଣେ ଟେକ୍ନୋଲୋଜି କମ୍ପାନୀର ସଂସ୍ଥାପକ ପର୍ଯ୍ୟନ୍ତ ସୀମିତ ଥିଲା ଏବଂ ଆଜି ସେ ପୂରା ବିଶ୍ବର ସବୁଠାରୁ ଅଧିକ ଧନୀ ବ୍ୟକ୍ତି ହୋଇଯାଇଛନ୍ତି ।
କିଏ ଲ୍ୟାରୀ ଏଲିସନ ?
ଲ୍ୟାରୀ ଏଲିସନ ଆମେରିକା ଟେକ୍ନୋଲୋଜି କମ୍ପାନୀ ଓରେକଲର ସହ –ସଂସ୍ଥାପକ ଅଟନ୍ତି । ନିଜ କ୍ୟାରିୟରରେ ପ୍ରଥମ ଥର ସେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତିଙ୍କର ତାଜ୍ ହାସଲ କରିଛନ୍ତି । ଓରେକଲର ସେୟାରରେ ନିକଟରେ ପ୍ରାୟ ୪୦ପ୍ରତିଶତର ରେକର୍ଡ଼ ବଢିଛି । ଯାହାପରେ ଗୋଟିଏ ଦିନରେ ତାଙ୍କର ସମ୍ପତ୍ତି ୧୦୦ଅରବ ଡଲାରରୁ ଅଧିକ ହୋଇଯାଇଛି । ଏହି କାରଣରୁ ଏଲନ ମସ୍କଙ୍କୁ ପଛରେ ପକାଇ ଏବେ ସେ ଧନୀ ଲିଷ୍ଟରେ ସବୁଠାରୁ ଉପରେ ପହଞ୍ଚି ଯାଇଛନ୍ତି ।
୮୧ବର୍ଷୀୟ ବୟସରେ ବି ଲ୍ୟାରୀ ଏଲିସନ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ଅଛନ୍ତି । ସେ ଓରେକଲ କମ୍ପାନୀର ଅଧ୍ୟକ୍ଷ ଏବଂ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ତଥା CTOର ଦାୟିତ୍ବ ସମ୍ଭାଳୁଛନ୍ତି । ତାଙ୍କର ଏହି ସଫଳତା ସାବ୍ୟସ୍ତ କରୁଛି କି ବୟସ କେବଳ ଏକ ସଂଖ୍ୟା ଅଟେ ଏବଂ ଜୋସ ଅଛି ତ କୌଣସି ବି ବୟସରେ ନୂଆ ଉଚ୍ଚକୁ ଛଇଁ ପାରିବେ ।
ଲ୍ୟାରୀ ଏଲିସନଙ୍କ ଶିକ୍ଷାର ଯାତ୍ରା ବି ବହୁତ ରୋଚକ ଅଟେ । ଆଜି ସେ ଅରବ ଡଲାର ସମ୍ପତ୍ତିର ମାଲିକ ଅଟନ୍ତି । କିନ୍ତୁ ସେ ନିଜ ପାଠପଢା ଅଧାରୁ ଛାଡ଼ି ଦେଇଥିଲେ । ଆରମ୍ଭରୁ ସେ ଇଲିନୋଇସ ବିଶ୍ବ ବିଦ୍ୟାଳୟ ଅରବାନା- ଶୋପେନରେ ଆଡମିଶନ ନେଇଥିଲେ । ସେ ସେଠାରେ ମେଡ଼ିକାଲରେ ପାଠ ପଢିବାକୁ ଚାହୁଁଥିଲେ । କିନ୍ତୁ ଡିଗ୍ରୀ ପୂରା କରିବା ପୂର୍ବରୁ ହିଁ ପାଠ ପଢା ଛାଡ଼ି ଦେଇଥିଲେ । ଏହାପରେ ସେ ଚିକାଗୋ ବିଶ୍ବ ବିଦ୍ୟାଳୟରେ ପ୍ରବେଶ ନେଇଥିଲେ ଏବଂ ଭୌତ୍ତିକ ଏବଂ ଗଣିତର ଅଧ୍ୟୟନ କରିଥିଲେ । ମାତ୍ର ସେଠାରେ ବି ଗ୍ରାଜୁଏଶନ ପୂରା କରିପାରିନଥିଲେ । ଏହି କାହାଣୀରୁ ଏହା ବି ସ୍ପଷ୍ଟ ହେଉଛି କି ଡ୍ରିଗ୍ରୀ ହିଁ ସଫଳତାର ଗ୍ୟାରେଣ୍ଟି ନୁହେଁ । ପ୍ରୟାସ ଏବଂ ଜୋଶରେ ବାରମ୍ବାର ପ୍ରୟାସରୁ ବି ବଡ଼ ସଫଳତା ହାସଲ କରାଯାଇପାରେ ।