ଭୁବନେଶ୍ବର,୧୬।୯ : ଆସନ୍ତା ଅକ୍ଟୋବର ୯ ରେ ପ୍ରକାଶ ପାଇବା ନୂଆପଡ଼ା ଉପ ନିର୍ବାଚନର ଚୁଡାନ୍ତ ଭୋଟର ତାଲିକା। ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ମତଦାନ କେନ୍ଦ୍ର ୩୦୨ ରୁ ୩୫୮କୁ ବୃଦ୍ଧି କରାଯାଇଛି। ପୁନଃବ୍ୟବସ୍ଥାପନ ପରେ ମୋଟ ମତଦାନ କେନ୍ଦ୍ର ୩୫୮ ହୋଇଛି।ସହରାଞ୍ଚଳରେ ୩୬ଟିଗ୍ରାମାଞ୍ଚଳରେ ୩୨୨ ଟି ବୁଥ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ ଗୋପାଳନ ସୂଚନା ଦେଇଛନ୍ତି।
ନୂଆପଡା ନିର୍ବାଚନ ମଣ୍ଡଳୀରେ ୨,୪୮,୨୫୬ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ସଂଖ୍ୟା୧,୨୨, ୧୦୩ ଓ ମହିଳାଙ୍କ ସଂଖ୍ୟା ୧,୨୬,୧୩୨, ତୃତୀୟ ଲିଙ୍ଗ ୨୧ ଜଣ ଅଛନ୍ତି।ନୂଆପଡ଼ା ବିଧାନସଭା ମଣ୍ଡଳୀର ଆସନ୍ନ ଉପ-ନିର୍ବାଚନ ପାଇଁ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)ସମ୍ପର୍କିତ ବୈଠକ ୧୫.୦୯.୨୦୨୫ ତାରିଖରେ ସ୍ବୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳଙ୍କ ସହ ଅନୁଷ୍ଠିତ ହୋଇଛି ବୋଲି ସେ କହିଛନ୍ତି।