ଭୁବନେଶ୍ବର,୩।୧୧ : ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ  ଆୟୋଗ ଅନୁଦାନ ଆକାରରେ ୪୪୪ କୋଟିରୁ ଅଧିକ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ।

ରାଜ୍ୟର ୨୦ଟି ଜିଲ୍ଲା ପଞ୍ଚାୟତ (ଜିଲ୍ଲା ପରିଷଦ), ୨୯୬ଟି ବ୍ଲକ ପଞ୍ଚାୟତ (ପଞ୍ଚାୟତ ସମିତି) ଏବଂ ୬,୭୩୪ଟି ଗ୍ରାମ ପଞ୍ଚାୟତକୁ ଦ୍ବିତୀୟ କସ୍ତିରେ  ଅନୁଦାନ ଆକାରରେ ୩୪୨ କୋଟି ୫୯ ଲକ୍ଷ ୬୪ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ ୨୦୨୫୨୬ ଆର୍ଥିକ ବର୍ଷ ପାଇଁ ପ୍ରମ କିସ୍ତି ଅନୁଦାନର ସ୍ଥଗିତ ଅଂଶ ଆକାରରେ  ୧୦୧ କୋଟି୭୮ ଲକ୍ଷ ୧୫ ହଜାର କୋଟି ଟଙ୍କା ଓଡିଶାକୁ ମିଳିଛି। ଏହା ୨୦ଟି ଜିଲ୍ଲା ପରିଷଦ, ୨୩୩ଟିପଞ୍ଚାୟତ ସମିତି ଏବଂ ୬୪୯ଟି ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯାଇଛ।

ଭାରତ ସରକାର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ (ପାନୀୟ ଜଳ ଏବଂ ପରିମଳ ବିଭାଗ) ମାଧ୍ୟମରେ  ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ରାଜ୍ୟଗୁଡିକୁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ପ୍ରଦାନ କରିବାକୁ ସୁପାରିସ କରିଥାନ୍ତି। ଅର୍ଥ ମନ୍ତ୍ରଣାଳୟ ପରବର୍ତ୍ତି ସମୟରେ ପ୍ରତି ଆର୍ଥିକ ବର୍ଷରେ ଦୁଇଟି କିସ୍ତିରେ ଏହି ଅନୁଦାନ ପ୍ରଦାନ କରିଥାଏ।

ଦରମା ଏବଂ ପ୍ରତିଷ୍ଠାନ ଖର୍ଚ୍ଚକୁ ବାଦ ଦେଇ ଏକାଦଶ ସୂଚୀରେ  ତାଲିକାଭୁକ୍ତ ୨୯ ବିଷୟ  ଅଧୀନରେ ନିର୍ଦ୍ଦିଷ୍ଟ ଆବଶୟକତା ପୂରଣ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଏହି ଅନଟାଏଡ ଗ୍ରାଣ୍ଟ ବା ମୁକ୍ତ ଅନୁଦାନକୁ ଖର୍ଚ୍ଚ କରିପାରିବେ । ଅନ୍ୟ ପକ୍ଷୟର ଟାଏଡ ଗ୍ରାଣ୍ଟ ବା ବନ୍ଧିତ ଅନୁଦାନକୁ ପରିମଳ, ବର୍ଜ୍ୟବସ୍ତୁପରିଚାଳନା ଏବଂ ଓଡଏିଫ୍ ସ୍ଥିତିର ରକ୍ଷଣାବେକ୍ଷଣ ଭଳି ଅତ୍ୟାବଶ୍ୟକ ସେବା ସହିତ ପାନୀୟ ଜଳ ଯୋଗାଣ, ବର୍ଷାଜଳ ଅମଳ ଏବଂ ଜଳ ପୁନଃଚକ୍ରଣ ପାଇଁ ବ୍ୟବହାର କରାଯାଥାଏ ।