ନୂଆଦିଲ୍ଲୀ : ପେଷ୍ଟିସାଇଡ୍ ଯୁଗରେ ଦ୍ରୁତ ଆୟୂଷ କ୍ଷୟ । ଅପମିଶ୍ରିତ ଖାଦ୍ୟ ଓ ଜଳବାୟୁ ଯୋଗୁଁ କମୁଛି ବୟସ । ଶତାୟୁ ହେବା କଥା ଛାଡ଼ନ୍ତୁ ଏବେ ନିରୋଗୀ ହୋଇ ୬୦ରୁ ୭୦ ବର୍ଷ ଯାଏଁ ବଞ୍ଚିବା ମୁସ୍କିଲ। ଏବେ ମହଙ୍ଗା ଚିକିତ୍ସା ଓ ବିନା ଔଷଧରେ ଦୀର୍ଘଜୀବୀ ଓ ନିରୋଗୀ ରହିବା ଅସମ୍ଭବ। ତେବେ ଆପଣ ଜାଣିଛନ୍ତି କି ? ପାକିସ୍ତାନରେ ଏଭଳି ଏକ ସ୍ଥାନ ଅଛି ଯେଉଁଠିକାର ଲୋକେ ୧୨୦ ବର୍ଷ ଯାଏଁ ବଞ୍ଚନ୍ତି । ପ୍ରକୃତି କୋଳରେ ସୁସ୍ଥ ଓ ନିରାମୟ ଜୀବନ କାଟୁଛନ୍ତି । ପିଓକେର ହୁଞ୍ଜା ଘାଟୀରେ ଏହି ଜନଜାତି ବସବାସ କରୁଛନ୍ତି। ଆଣ୍ଠୁ ଗଣ୍ଠି ବ୍ୟଥା କି ଡାଇବେଟିସ୍ ଏମାନଙ୍କୁ ଏଯାଏଁ ଛୁଇଁ ପାରିନି। ତେବେ ହୁଞ୍ଜାବାସୀଙ୍କ ସୁସ୍ଥ ଜୀବନ ପଛରେ ସିକ୍ରେଟ୍ କ’ଣ ? କାହିଁକି ନିରୋଗୀ ଓ ଦୀର୍ଘଜୀବୀ ଏଠାକାର ଲୋକେ ? 

ଆତଙ୍କବାଦ, ଗରିବୀ ଏବଂ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବାକୁ ନେଇ ବଦନାମ୍ ପାକିସ୍ତାନ। ହାର୍ଟଆଟାକ୍, ଡାଇବେଟିସ୍ ଓ ଅନ୍ୟାନ୍ୟ ଗମ୍ଭୀର ରୋଗରେ ଯୁଝୁଛନ୍ତି ଏଠାକାର ଲୋକ। ହେଲେ ପାକିସ୍ତାନ ଅଧିକୃତ କାଶ୍ମୀରର ହୁଞ୍ଜା ଘାଟୀର ଲୋକମାନେ ନିରାମୟ ଓ ଦୀର୍ଘଜୀବନ କାଟୁଛନ୍ତି। ଏକ ପ୍ରକରର ପ୍ରାକୃତିକ ତେଲ ଯୋଗୁଁ ହୁଞ୍ଜାବାସୀ ନିରୋଗୀ ରହୁଛନ୍ତି। ଏହି ତେଲ ସେମାନଙ୍କୁ ଲମ୍ବା ଆୟୁଷ ଦେଉଛି। ଏବେ ଆପଣ ଭାବୁଥିବେ ଏହା ଲିମ୍ଵ କିମ୍ଵା ଅଲିଭ୍ ଅଏଲ୍ ହୋଇଥିବ। ତାହେଲେ ଆପଣ ଭୁଲ୍ ଭାବୁଛନ୍ତି... ଆପ୍ରିକୋଟ୍ ନାମକ ଏକ ଫଳର ତେଲକୁ ହୁଞ୍ଜାବାସୀ ବ୍ୟବହାର କରୁଛନ୍ତି। 

ଆପ୍ରିକୋଟ୍ ତେଲର ବହୁ ପ୍ରାକୃତିକ ଗୁଣ ରହିଛି। ଏହା ଆଣ୍ଠୁ ଗଣ୍ଠି ବ୍ୟଥାରୁ ଆରାମ ଦିଏ, ତ୍ଵଚା ଓ କେଶକୁ ପୋଷଣ ଦିଏ ଏବଂ ନିରୋଗୀ ରଖେ। ଏଥିରେ ଭିଟାମିନ୍ ବି-17 ରହିଛି। ଏଥିରେ କ୍ୟାନସରରୋଧୀ ଗୁଣ ରହିଛି । ହିମାଳୟ ପାର୍ବତ୍ୟାଞ୍ଚଳରେ ରହୁଥିବା ଲୋକେ ପୀଢି ପୀଢି ଧରି ଏହି ତେଲ ବ୍ୟବହାର କରୁଛନ୍ତି। ଏହି ତେଲ ସହଜରେ ତ୍ଵଚାରେ ଭେଦିଯାଏ। ଯାହାଦ୍ଵାରା ବୟସ ହେଲେ ସୁଦ୍ଧା ଚର୍ମରେ କୁଞ୍ଚନ ହୁଏ ନାହିଁ। 

ଆପ୍ରିକୋଟ୍ ମଞ୍ଜିରେ କ୍ୟାନସର ନିରୋଧୀ ଗୁଣ ରହିଛି। ଏହାକୁ ସେବନ କରିବା ଦ୍ଵାରା ଶରୀରରୁ କ୍ୟାନସେର୍ ସେଲ୍ ନଷ୍ଟ ହୋଇଯାଏ। ଏବେ ସୁଦ୍ଧା ଏହାର ବୈଜ୍ଞାନିକ ପରୀକ୍ଷଣ ହୋଇନାହିଁ। ତଥାପି ଏହାକୁ ବ୍ୟବହାର କରୁଥିବା ଲୋକେ ସକାରାତ୍ମକ ପ୍ରତିକ୍ରିୟା ଦିଅନ୍ତି। ତେବେ ଏହି ତେଲକୁ ସ୍ମୁଦି, ସାଲାଡ କିମ୍ଵା ଡାଲିରେ ମିଶାଇ ଖାଇ ପାରିବେ। ଡ୍ରାଏ ଫ୍ରୁଟ୍‌ସ୍ ଭଳି ଏହାର ସ୍ଵାଦ। ମିଠା ଏବଂ ଅନ୍ୟ ବ୍ୟଞ୍ଜନରେ ମଧ୍ୟ ଏହି ତେଲକୁ ବ୍ୟବହାର କରାଯାଏ।