ବରେଲି: ଭୋଜିପୁରା ପୋଲିସ ଷ୍ଟେସନ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ବରେଲି ପୋଲିସ ଉତ୍ତରପ୍ରଦେଶର ଜଣେ ୱାଣ୍ଟେଡ୍ ଅପରାଧୀ ଇଫତିକାର ଖାନଙ୍କୁ ଗୁଳି କରି ହତ୍ୟା କରିଛି। ଏହି ଏନକାଉଣ୍ଟର ସକାଳ ୫ଟା ୩୦ ରୁ ୬ ଟା ମଧ୍ୟରେ ହୋଇଥିବା ଜଣାପଡିଛି।
ସୂଚନା ମୁତାବକ, କାସଗଞ୍ଜର ସ୍ଥାନୀୟ ବାସିନ୍ଦା ଇଫତିକାର ଖାନଙ୍କୁ ପୋଲିସ ପକ୍ଷରୁ ପଳାତକ ଘୋଷଣା କରାଯାଇଥିଲା। ଖାଲି ଏତିକି ନୁହେଁ ପୋଲିସ ଅଭିଯୁକ୍ତର ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା। ତେବେ ଆଜି ପୋଲିସକୁ ଇପତିକାର ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା।
ଏନେଇ ବରେଲି ଅତିରିକ୍ତ ଆରକ୍ଷୀ ଅଧିକାରୀ ଅନୁରାଗ ଆର୍ଯ୍ୟଙ୍କ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମେ ପୋଲିସ ତାଙ୍କୁ ଚାରିଆଡୁ ଘେରିଯାଇ ଧରିବାକୁ ଚେଷ୍ଟା କରିଥିଲା। ହେଲେ ଖାନ ଫୋର୍ସ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା। ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା। ଯାହା ତା ଦେହରେ ବାଜିଥିଲା। ଗୁଳି ବାଜିବା ପରେ ଅଭିଯୁକ୍ତକୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଏନକାଉଣ୍ଟର ସମୟରେ ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିବା ବେଳେ ସେ ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି। ପୋଲିସ ଘଟଣାସ୍ଥଳରୁ ଏକ ପିସ୍ତଲ ଏବଂ ୧୭ଟି ଜୀବନ୍ତ ଗୁଳି ମଧ୍ୟ ଉଦ୍ଧାର କରିଛି।
ଆପଣଙ୍କୁ ଜଣାଇରଖୁ ଯେ, ଅଭିଯୁକ୍ତ ଇଫତିକାର ସ୍ଥାନୀୟ ଅଞ୍ଚଳରେ ଶୟତାନ ଏବଂ ସୈନିକ ଭାବରେ ମଧ୍ୟ ପରିଚିତ ଥିଲେ। ତାଙ୍କ ବିରୁଦ୍ଧରେ ଡକାୟତି ଏବଂ ହତ୍ୟା ଅଭିଯୋଗ ସମେତ ବିଭିନ୍ନ ଥାନାରେ 19ରୁ ଅଧିକ ଅପରାଧିକ ମାମଲା ରହିଛି। ପୋଲିସ କହିଛି ଯେ ସେ ମୁଖ୍ୟତଃ ବିଥ୍ରୀ ଚେନପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଡକାୟତି ଏବଂ ହିଂସାତ୍ମକ ଅପରାଧରେ ଜଡିତ ରହିଥିଲା।
ଖାନର ଜଣେ ଘନିଷ୍ଠ ସହଯୋଗୀ ଏନକାଉଣ୍ଟର ସମୟରେ ଖସିଯିବାରେ ସଫଳ ହୋଇଥିଲେ। ପୋଲିସ ଏବେ ତାଙ୍କ ନେଟୱାର୍କର ତଦନ୍ତ କରୁଛି ଏବଂ ତାଙ୍କର ପୂର୍ବ ଅପରାଧିକ କାର୍ଯ୍ୟକଳାପ ବିଷୟରେ ବିବରଣୀ ସଂଗ୍ରହ କରୁଛି।