ହରଭଙ୍ଗା,୨୧/୧୦ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ନିକଟସ୍ଥ ଠିଡିକାଜୋର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୁରୁଣା କଟକ ପୋଲିସ l ଚୋରି ସାମଗ୍ରୀ ଜବତ ସହ ୩ ଅଭିଯୁକ୍ତକୁ କାବୁ କରି କୋର୍ଟ ଚାଲାଣ କରିଥିବା ସୂଚନା l
ପୁରୁଣାକଟକ ଥାନା ସୂଚନା ଅନୁସାରେ ଗତ ୧୫ତାରିଖରେ ଠିଡ଼ିକାଜୋର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏକ ବଡ଼ ଏଲଇଡ଼ି, ୩ଟି କାନ୍ଥ ପଙ୍ଖା ଚୋରି ହୋଇଥିବା ନେଇ ପୁରୁଣାକଟକ ଥାନାରେ ସ୍କୁଲର ପ୍ରଧାନ ଶିକ୍ଷକ ୧୬ତାରିଖରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ଅରୁଣ କୁମାର ସିଂ ସ୍ପେଶାଲ ତଦନ୍ତ କରି ଚୋରି ସାମଗ୍ରୀ ଜବତ କରିବା ସହ ଚୋରି କରିଥିବା ୩ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛନ୍ତି l
ଅଭିଯୁକ୍ତମାନେ ହେଲେ ପୁରୁଣାକଟକ ଥାନା ଅଂଚଳ ଠିଡିକାଜୋର ଗ୍ରାମର ସିମଞ୍ଜ ବେହେରା, ଆଡ଼େଣି ଗଡ଼ ଗ୍ରାମର ସିଲୁ ରଣା, ଅନ୍ୟ ଜଣେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗୁଣ୍ଡୁରୀ ସାହିର ଭୀମସେନ ଭୋଇ ହୋଇଥିବାବେଳେ ଗିରଫ ଅଭିଯୁକ୍ତଙ୍କୁ ଥାନା ପକ୍ଷରୁ କେଶ ନଂ ୧୭୦/୨୫ରେ ମାମଲା ରୁଜୁ କରି ଚାରିଛକ ଏସଡ଼ିଜେଏମ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l