ଭୁବନେଶ୍ୱର,୨୭/୦୯: ରୁପା ଦର ସର୍ବକାଳୀନ  ରେକର୍ଡ ଭାଙ୍ଗିଛି । ଏହାର କିଲୋ ପିଛା ଦର ୧.୫୩ ଲକ୍ଷ  ଟଙ୍କା ଛୁଇଁଛି । ସେହିଭଳି ୨୪ କ୍ୟାରେଟ ସୁନା ଦର ୧୦  ଗ୍ରାମ ପିଛା ୪୪୦ ଟଙ୍କା ବଢ଼ି ୧.୧୪ ଲକ୍ଷ ଟଙ୍କା ଏବଂ ୨୨  କ୍ୟାରେଟ ସୁନା ଦର ୪୦୦ ଟଙ୍କା ବଢ଼ି ୧.୦୫ ଲକ୍ଷ ଟଙ୍କା  ରହିଛି ।

ଇଣ୍ଡିଆ ବୁଲିଅନ ଆଣ୍ଡ୍‌ ଜୁଏଲର୍ସ ଆସୋସିଏସନ  ମୁତାବକ, ଚଳିତ ବର୍ଷ ସୁନା ଦର ୩୭,୧୦୦ ଟଙ୍କାରୁ ଉଦ୍ଧ୍ୱର୍  ବୃଦ୍ଧି ହୋଇଛି । ରୁପା ଦର ୫୨,୦୮୩ ଟଙ୍କା ବଢ଼ିଗଲାଣି ।  କୋଭିଡ ପରଠାରୁ ସୁନା ଦର ଉପର ମୁହାଁ ହୋଇଚାଲିଛି ।  ସୁନା ଦର ବୃଦ୍ଧି ଲାଗି ପ୍ରମୁଖ କାରଣ ମଧ୍ୟରେ ରହିଛି  ରୁଷ-ୟୁକ୍ରେନ ଯୁଦ୍ଧ, ଆମେରିକାର ଟାରିଫ ବୋମା, ବୈଶ୍ୱିକ  ଭୂରାଜନୈତିକ ଅନିଶ୍ଚିତତା ଭଳି କାରଣ । ଏଭଳି ପ୍ରମୁଖ  କାରଣ ପାଇଁ ଏବେ ଲୋକେ ସୁନାରେ ନିବେଶ ଏବଂ ସୁନା  କିଣା ବଢ଼ାଇଛନ୍ତି । ବିଶ୍ୱର ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ  ମଧ୍ୟ ସୁନା କିଣା ଉପରେ ଉପରେ ଧ୍ୟାନ ଦେଉଛନ୍ତି ।