ରାଇରଙ୍ଗପୁର, ୨୫/୦୭ : ମୟୂରଭଞ୍ଜ ଜିଲ୍ଲା ବିଜାତଳା ଗୋଷ୍ଠୀ ଶିକ୍ଷା ଅଧୀନ ସରଗୋଡା କେଜିବିଭି ବିଦ୍ୟାଳୟରେ ତିନି ଦିନରେ ୨୦ରୁ ୯୨ ଛୁଇଁଲା ଝାଡ଼ା ବାନ୍ତି ଆକ୍ରାନ୍ତ ସଂଖ୍ୟା । ଛାତ୍ରୀ ନିବାସ ପାଲଟିଲା ହସ୍ପିଟାଲ ।ଛାତ୍ରୀନିବାସ ସମ୍ମୁଖରେ ବସିଛି ଡାକ୍ତରୀ ଟିମ୍ । ଜିଲ୍ଲା ଶିକ୍ଷାଧିକାରୀ ନିଜେ ଗ୍ରାଉଣ୍ଡ ଚେକ୍ କରିଛନ୍ତି । ଡାକ୍ତରୀ ଟିମ କହିଲେ ନିମ୍ନ ମାନର ଖାଦ୍ୟ ପାଇଁ ଝାଡା ବାନ୍ତି ହୋଇଛି ।
ଅଭିଯୋଗ ଅନୁସାରେ ଗତ ବୁଧବାର ଉକ୍ତ ଛାତ୍ରୀ ନିବାସରେ ବୈଧତା ସାରିଥିବା ପନିର ତରକାରୀ,ନିମ୍ନ ମାନର ଛତୁଆ ତଥା ବାସି ପଖାଳ ଛାତ୍ରୀମାନଙ୍କୁ ଖାଇବାକୁ ଦେଇଥିବାରୁ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ ୨୦ ଜଣ ଛାତ୍ରୀ । ସମସ୍ତ ଛାତ୍ରୀ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା ।ତେବେ ଗୁରୁବାର ୨୦ ଜଣ ଛାତ୍ରୀଙ୍କ ସ୍ୱାସ୍ଥ ଅବସ୍ଥା ଠିକ ହୋଇଥିବା ବେଳେ ଡାକ୍ତର ତାଙ୍କୁ ଡିସ୍ଚାର୍ଜ କରିଛନ୍ତି । ସେହି କ୍ରମରେ ଆଉ ତିନି ଜଣ ଛାତ୍ରୀଙ୍କୁ ରାଇରଙ୍ଗପୁର ଡାକ୍ତରଖାନରେ ଆଡ଼ମିସନ କରି ଚିକିତ୍ସା କରାଯାଉଛି । ଏହି ଘଟଣା ସମୟରେ ଡାକ୍ତରଖାନାରେ ବାମନଘାଟି ଉପଜିଲ୍ଲାପାଳ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କୁ ଖବର ଦେବା ପରେ ଉକ୍ତ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ରହି ହଷ୍ଟେଲ ପରିସରରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କରି ଆହୁରି ଆକ୍ରାନ୍ତ ହୋଇଥିବା ଛାତ୍ରୀ ମାନଙ୍କୁ ଚିକିତ୍ସା କରାଯାଉଛି ।
ଅଧିକ ପଢ଼ନ୍ତ :- Suna Besha: ଆଜି ପୁରୀରେ ବନ୍ଦ ରହିବ ମଦ ଓ ଭାଙ୍ଗ ଦୋକାନ
ଏଭଳି ଖରାପ ଖାଦ୍ୟ ଦେଇ ଛାତ୍ରୀମାନଙ୍କ ଦେହ ଅସୁସ୍ଥ ହାଇଥିବା ଅଭିଯାଗରେ ବିଧାୟକଙ୍କ ପ୍ରତିନିଧି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କିନ୍ତୁ ଆକ୍ରାନ୍ତ ସଂଖ୍ୟା କମ ରହିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ।ତେବେ ଚିକିତ୍ସା କରୁଥିବା ଡାକ୍ତର ମୋଟ ୯୨ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି ବୋଲି କହିଥିବା ବେଳେ ଆକ୍ରାନ୍ତ ସଂଖ୍ୟା କମ କରି କହିବା ଜିଲ୍ଲା ଶିକ୍ଷା ଅଧିକାରୀ କାହିଁକି ପ୍ରତିକ୍ରିୟା ରଖିଛନ୍ତି ତାହାକୁ ନେଇ ସନ୍ଦେହ ଜାତ ହେଉଛି ।
ତେବେ ଏକା ସାଙ୍ଗରେ ୯୨ ଜଣ ଛାତ୍ରୀଙ୍କୁ ଝାଡା ବାନ୍ତି ହୋଇଥିବାରୁ ଅଭିଭାବକ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହାଇଛି ।ଯେଉଁଥି ପାଇଁ ଆଜି ନିଜର ଛୁଆଙ୍କୁ ଘରକୁ ନେଇଯିବାକୁ ଅନେକ ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।ତେବେ ଘଟଣା ପାଇଁ ଦାୟୀ କିଏ ତାହା ସାଧାରଣରେ ପ୍ରଶ୍ନ ଉଠୁଛି । ଗତକାଲି ସନ୍ଧ୍ୟା ସମୟରେ ଜିଲ୍ଲା ଶିକ୍ଷାଧିକାରୀ, ଗାଷ୍ଠୀ ଶିକ୍ଷାଧିକାରୀ, ବିଡ଼ିଓ ଙ୍କ ସମେତ ଶାସକ ଦଳର ଏକ ସ୍ୱତନ୍ତ୍ର ଟିମ ବିଦ୍ୟାଳୟରେ ଯାଇ ସମୀକ୍ଷା କରିଛନ୍ତି ।