ଭୁବନେଶ୍ୱର,୦୧/୧୦:  ବିକଶିତ ଭାରତ ଗଠନ ପାଇଁ ଉପଲବ୍ଧ ଜଳର ଠିକଣା ବିନିଯୋଗର ରହିବ ବଡ଼ ଭୂମିକା । ଏଥିପାଇଁ ଜଳ ସଂରକ୍ଷଣ, ଜଳର ବିନିଯୋଗ, ସୁଷମ ବଣ୍ଟନ ସହ ଭୂତଳଜଳର ରିଚାର୍ଜ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଏ ସମ୍ପର୍କରେ ସାରାଦେଶ ପାଇଁ ଏକ ମଡେଲ ପ୍ରସ୍ତୁତ କରିବାକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ବିଚାର କରୁଛି । ଏ ନେଇ ଅଧିକ ବିଚାର ବିମର୍ଶ କରିବାକୁ ଆସନ୍ତା ନଭେମ୍ବରରେ ‘ସୁଜଳାମ୍‌ ଭାରତ’ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଜର ଯୋଜନା ଓ ପ୍ରସ୍ତାବ ପଠାଇବାକୁ କେନ୍ଦ୍ର କହିଛି । ଜଳ ସଂରକ୍ଷଣ ପାଇଁ କେଉଁ ରାଜ୍ୟ କି ଅଭିନବ ଯୋଜନା ହାତକୁ ନେଇଛି ସେ ସଂପର୍କରେ ଏହି ସମ୍ମିଳନୀରେ ଚର୍ଚ୍ଚା ହେବ ବୋଲି ସୂଚନା ମିଳିଛି ।  

ସମନ୍ୱିତ ଜଳ ଉତ୍ସ ବିକାଶ ଜାତୀୟ ଆୟୋଗଙ୍କ ଆକଳନ କହୁଛି ୨୦୫୦ ସୁଦ୍ଧା ଭାରତର ଜଳ ଚାହିଦା ୯୭୩ରୁ ୧୧୮୦ବିଲିୟନ କ୍ୟୁବିକ୍‌ ମିଟର ରହିବ । ଏଥିରୁ୧୧୪୦ ବିଲିୟନ କ୍ୟୁବିକ୍‌ ମିଟର ମଧୁର ଜଳର ଆବଶ୍ୟକତା ରହିବ । କୃଷି, ଶିଳ୍ପସହ ଘରୋଇ ବ୍ୟବହାର ଓ ପାନୀୟ ଜଳପାଇଁ ଚାହିଦା ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଢେର ବଢ଼ିଯିବ । ତେଣୁ ପରିବେଶ ଉପରେ ଅଧିକ ଚାପ ନଦେଇ ଏହି ଚାହିଦା ପୂରଣପାଇଁ ଏବେଠାରୁ ରୋଡମ୍ୟାପ୍‌ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର । ସୁଜଳାମ ଭାରତ ସମ୍ମିଳନୀରେ ଅଞ୍ଚଳ ଭିତ୍ତିରେ ଜଳ ଚାହିଦା, ନୂଆ ଜଳନୀତି ଓ ଏହାର ବାସ୍ତବ କାର୍ଯ୍ୟକାରିତା ସମ୍ପର୍କରେ ବିଶଦ ଚର୍ଚ୍ଚା ହେବ । ଗୋଟିଏ ରାଜ୍ୟର ସଫଳ ଢାଞ୍ଚାକୁ ଅନ୍ୟ ରାଜ୍ୟ ଆପଣାଇବେ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଚିଠି ଆଧାରରେ ସମ୍ମିଳନୀରେ ପ୍ରସ୍ତାବ ରଖିବ ଓଡ଼ିଶା ।  ସମୃଦ୍ଧ ଓଡ଼ିଶା ଗଠନରେ ଜଳସମ୍ପଦ ତୁଲାଇବ ବଡ଼ ଭୂମିକା । ଜଳସମ୍ପଦର ଠିକଣା ବିନିଯୋଗ ଓ ପରିଚାଳନା ହେବ । ଡିଜିଟାଲ ସ୍ମାର୍ଟ ପଦ୍ଧତିରେ ଜଳ ପରିଚାଳନା କରାଯିବ । ଜଳସେଚନ ଭିତ୍ତିଭୂମି ବଢ଼ିବ । ଜଳସମ୍ପଦର ସଂରକ୍ଷଣ, ବଣ୍ଟନ ପାଇଁ ସରକାର ଲାଗୁକରିବେ ‘ଓଡ଼ିଶା ଜଳନୀତି ୨୦୨୫’ ।ଏହାଛଡ଼ା ମନଇଚ୍ଛା ଜଳ ବ୍ୟବହାର ଓନଷ୍ଟରେ ଲାଗିବ ରୋକ । ଏହାକୁ ଅନୁଧ୍ୟାନ କରିବାକୁ ପ୍ରତିଷ୍ଠା ହେବ ‘ରାଜ୍ୟ ଜଳସମ୍ପଦଆୟୋଗ’ । ରାଜ୍ୟ ସରକାର ଭିଜନ ଡକ୍ୟୁମେଣ୍ଟରେ ରଖିଥିବା ଏ ପ୍ରସ୍ତାବ କୁସୁଜଳାମ ଭାରତରେ ଉପସ୍ଥାପନ କରିବେ ।  

ଓଡ଼ିଶାରେ ଦେଶର ୧୧ପ୍ରତିଶତ ଜଳ ସମ୍ପଦ ଉପଲବ୍ଧ । ଦିନକୁ ଦିନରାଜ୍ୟରେ ବ୍ୟବହାର ପାଇଁ ଜଳରଚାହିଦା ବଢ଼ିଚାଲିଛି । ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧିପାଣି ଅଟକାଇବା ପରେ ଉପକୂଳ ଓଡ଼ିଶାରେ ଅଣମୌସୁମୀ ସମୟରେ ଜଳାଭାବ ଦେଖାଦେଉଛି । ଆଗକୁ ଜଳର ସୁପରିଚାଳନା ସହ ସଂରକ୍ଷଣକୁ ଗୁରୁତ୍ୱଦେଇ ସରକାର ୮୦ପ୍ରତିଶତ ଜମିକୁ ସେଚ ଯୋଗାଇବେ । ରାଜ୍ୟରେ ଏବେ ୩୪ ଲକ୍ଷହେକ୍ଟର ଜମିକୁ ସେଚ ମିଳୁଛି । ୫ ବୃହତ୍‌,୨୦ ମଧ୍ୟମ, ୧୦୦ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାମ ଶେଷ ହେବ । ଅଧିକରୁ ଅଧିକ ଇନଷ୍ଟ୍ର୍ମ ଷ୍ଟୋରେଜ୍‌ ଷ୍ଟ୍ରକଚର ନିର୍ମାଣ ସହ  କେନାଲ ଜରିଆରେ ୨୦%ଅଧିକ ଜଳ ଯୋଗାଣ ହେବ । ଡିଜିଟାଲଓ ସ୍ମାର୍ଟ ଜଳ ପରିଚାଳନା ପଦ୍ଧତିକୁ ଆପଣାଇବେ ସରକାର । ଏବେ ରାଜ୍ୟରେଜଳ ସଂଚୟ ଜନ ଭାଗିଦାରି ୨.୦ ଅଭିଯାନଚାଲୁ ରହିଛି । ଲୋକମାନଙ୍କ ଭାଗିଦାରିଓ ସହଯୋଗରେ ଜଳାଶୟଗୁଡ଼ିକର ପୁନରୁଦ୍ଧାର କରାଯାଉଛି । ଭୂତଳ ଜଳର ପୁନଃଚକ୍ର (ରିଚାର୍ଜ) ସହ ସଂରକ୍ଷଣ ପାଇଁ କାମ ହାତକୁ ନେବେ ସରକାର ।  ରାଜ୍ୟରେ ନଦୀ ଅବବାହିକା ପୋତି ହୋଇଯିବା ସହ ଜଳଧାର ଶୁଖିବା ଚିନ୍ତାଆଣିଛି । ଏପଟେ ଜଳର ଚାହିଦା ଦ୍ରୁତବଢ଼ୁଛି । ରାଜ୍ୟ ବନ୍ୟା ଓ ବାତ୍ୟା ଦ୍ୱାରାପ୍ରଭାବିତ ହେଉଥିବାରୁ ଜଳସମ୍ପଦଭିତ୍ତିଭୂମି କ୍ଷତି ସହୁଛି । ଏହାର ମୁକାବିଲାସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣକରିବେ ସରକାର । ଏଥିପାଇଁ କୃତ୍ରିମବୁଦ୍ଧିମତ୍ତା (ଏଆଇ), ରିମୋଟ୍‌ ସେନସିଂଜ୍ଞାନକୌଶଳ ବ୍ୟବହାର ହେବ ।ଅଯଥାରେ ଜଳ ନଷ୍ଟ ହେଉଥିବାରୁ ଏହାକୁନିୟନ୍ତ୍ରଣ କରିବାକୁ ବିଭାଗ ପକ୍ଷରୁ ଏଆଇଜ୍ଞାନକୌଶଳର ସହାୟତା ନିଆଯିବ ।ଗୁଜୁରାଟର ‘ସର୍ଦ୍ଦାର ପଟେଲ’ ଢ଼ାଞ୍ଚାରେଭୂତଳ ଜଳର ଦୀର୍ଘମିଆଦି ପରିଚାଳନାଓ ରିଚାର୍ଜ କରାଯିବ । ଏପରିକି ଆବଶ୍ୟକସ୍ଥଳେ ଏଥିପାଇଁ ‘ନମାମି ଗଙ୍ଗେ’ ଭଳିସରକାର ପିପିପିରେ ପ୍ରକଳ୍ପ କାମ ହାତକୁନେବାକୁ ଲକ୍ଷ୍ୟ ରଖିଛନ୍ତି ।