ମାଲକାନଗିରି, ୧୦/୧୦ : ମାଲକାନଗିରି ଜିଲ୍ଲାରେ ୩୫କୋଟି ଟଙ୍କାର ବହୁମୁଖୀ ସ୍ୱାଧରଗୃହ (ବୃହତ ବୃଦ୍ଧା ଶ୍ରମ) ନିର୍ମାଣ କାମ ଅଧାପନ୍ତରିଆ ହୋଇ ପଡ଼ିଥିବାବେଳେ କାମ ନ ସାରି ୩୩କୋଟି ଟଙ୍କା ଉଠାଇ ନେଇଛି କାମ କରୁଥିବା ଠିକା କମ୍ପାନୀ ବିଭାଗ ପକ୍ଷରୁ ଠିକା କମ୍ପାନୀକୁ କଳା ତାଲିକା ଭୁକ୍ତ କରିବା ପାଇଁ ନୋଟିସ୍ ଜାରି କରାଯାଇ ଥିବା ଜଣା ପଡ଼ିଛି । ଧିରେ ଧିରେ ଗୁମର ଖୋଲୁଛି କାମ ନେଇଥିବା ବ୍ରିଜ ଆଣ୍ଡ ରୁଫ ଠିକା କମ୍ପାନୀର । ମାଲକାନଗିରିରେ ବହୁମୁଖୀ ସ୍ୱଧାର ଗୃହ (ବୃହତ ବୃଦ୍ଧା ଶ୍ରମ)ବା ଆଇଆଇସି ବିଲ୍‌ଡିଂ ନିର୍ମାଣ ଦାୟିତ୍ୱ ନେଇଥିବା କମ୍ପାନୀ କାମ ନ ସାରି ପ୍ରାୟ ୯୦%ପ୍ରତିଶତ ଟଙ୍କା ଉଠାଇ ନେଇଥିବା ଜଣାପଡ଼ିଛି । 

ଏହି ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀକୁ ଅନୁକମ୍ପା ଦେଖାଉଥିଲା କିଏ ? ଏବେ ବଣ ଜଙ୍ଗଲ ପାଣି କାଦୁଅରେ ବୁଡ଼ି ରହିଥିବା ଅଧପନ୍ତରିଆ କୋଠା । ଅଙ୍କାବଙ୍କା କଂକ୍ରିଟ୍ ପିଲର, ଚଟ୍ଟାଣ ଉପରେ ଗଛ ଉଠିଲାଣି ଯେଉଁ ଘର ନିର୍ମାଣ ହୋଇଛି ଛାତରୁ ପାଣି ଗଳୁଛି । ମାଲକାନଗିରି ସହରରୁ ପ୍ରାୟ ୧୫କିମି ଦୂର କୋରୁକୋଣ୍ଡା ବ୍ଲକସ୍ଥ ସୁଳିଆ କଲୋନୀ ରାସ୍ତାକଡ଼ରେ ୨୫ଏକର ଜମିରେ ଦୀର୍ଘ ୭ବର୍ଷ ହେବ ନିର୍ମାଣ ଚାଲିଛି ବହୁମୁଖୀ ସ୍ୱଧାର ଗୃହ ବା ଆଇଆଇସି ବିଲ୍‌ଡିଂ । ଜିଲ୍ଲାରେ ଥିବା ଅସହାୟ ମହିଳା, ପୁରୁଷ, ବୃଦ୍ଧବୃଦ୍ଧା, ଅନାଥ ପିଲା ଗୋଟିଏ କ୍ୟାମ୍ପସରେ ରହିବେ । ସେଥିପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୨୦୧୭ରେ ପ୍ରାୟ ୩୫କୋଟି ବ୍ୟୟ ଅଟକଳରେ କୋଠା ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା ଟେଣ୍ଡର ଧରି ନିର୍ମାଣ ଦାୟିତ୍ୱ ନେଇଥିଲା କଲିକତାର ବ୍ରିଜ ଆଣ୍ଡ ରୁଫ ଇଣ୍ଡିଆ କମ୍ପାନୀ । ଗତ ୨୦୧୮ମସିହାରୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏବେ କାମ ନ ସାରି ଅଧପନ୍ତରିଆ କାମ କରି ଠିକା ସଂସ୍ଥା ୩୩କୋଟି ଟଙ୍କା ଉଠାଇ ନେଇ ଅନ୍ୟତ୍ର କାମରେ ଲଗାଇଥିବା ସୂଚନା ମିଳିଛି ସେ ସବୁ ଟଙ୍କା ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଲଗାଇଥିବା ତଥ୍ୟ ସାମନାକୁ ଆସିଛି । ସ୍ୱାଧର ଗୃହ ନିର୍ମାଣ ହୋଇ ପାରି ନ ଥିବାରୁ ଅସ ହାୟ ବୃଦ୍ଧ ବୃଦ୍ଧା, ଅନାଥ ପିଲାଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ବସିଛି।

ଏହି କମ୍ପାନୀ ସହ ପୂର୍ବ ସରକାରଙ୍କ ସମୟରେ ସଚିବ ସ୍ତରରେ ଅଧିକାରୀଙ୍କ ସମ୍ପୃକ୍ତ ଥିବା ଅଭିଯୋଗରେ ତୁମ୍ବିତୋଫାନ ହୋଇଥିଲା । ବର୍ତ୍ତମାନ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଦେଖି, ତରବର ହୋଇ ଅଳ୍ପ ଦିନ ହେଲା କିଛି ପେଟି କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଛୋଟ ଛୋଟ କାମ କରୁଛି । ସବ-ଲେଟ୍ ମାଧ୍ୟମରେ ୩ଟି ବୃହତ କୋଠାରୁ ଗୋଟିଏ ନିର୍ମାଣ କାମ କରିଛି । ଏ ସମ୍ପର୍କରେ ଆମେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ନିର୍ମଳ ଧାରୁଆଙ୍କ ସହ ଯୋଗାଯୋଗ କରିଥିଲୁ, ସେ କାମ ଅଧାପନ୍ତରିଆ କରି ପ୍ରାୟ ୩୩କୋଟି ଟଙ୍କା ଠିକା କମ୍ପାନୀ ଉଠାଇ ନେଇଥିବା ସ୍ୱୀକାର କରି କହିଛନ୍ତି ସେ କମ୍ପାନୀକୁ କଳା ତାଲିକା ଭୁକ୍ତ କରିବା ପାଇଁ ନୋଟିସ ଜାରି କରାଯାଇଛି ଓ ନିର୍ମାଣ କାମ ସାରିବା ପାଇଁ ଦୁଇ ମାସ ସମୟ ଦିଆଯାଇଛି । ଏବେ କିଛି ଶ୍ରମିକ ସେଠାରେ କାମ ଆରମ୍ଭ କରିଛନ୍ତି। ଯଦି ଦୁଇ ମାସ ମଧ୍ୟରେ ଠିକା କମ୍ପାନୀ ନିର୍ମାଣ କାମ ନ ସାରେ ବିଭାଗ ପକ୍ଷରୁ ଉକ୍ତ ଠିକା କମ୍ପାନୀକୁ କଳା ତାଲିକା ଭୁକ୍ତ କରିଦିଆଯିବ ବୋଲି ଶ୍ରୀ ଧାରୁଆ ସୂଚନା ଦେଇଛନ୍ତି।