ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚାଲି ଚାଲି ଅଯୋଧ୍ୟା ଯାଇଥିବା ଦୁଇ ଯୁବକ ଫେରିଲେ ମାଲକାନଗିରି, ଜିଲ୍ଲାବାସୀ ଜଣାଇଲେ ସମ୍ବର୍ଦ୍ଧନା

ମାଲକାନଗିରି,୨୮/୧(ଆପ୍ର)ମାଲକାନଗିରି ରୁ ଚାଲି ଚାଲି ଅଯୋଧ୍ୟା ଅଭିମୁଖେ ଯାଇ ଶ୍ରୀରାମ ମନ୍ଦିର ଲୋକାର୍ପଣ ଉତ୍ସଵ ରେ  ରାମଲାଲ ଙ୍କୁ ଦର୍ଶନ କରି ଘରକୁ ଫେରିଥିବା ଦୁଇ ରାମ ଭକ୍ତ ଯୁବକ ଙ୍କୁ ଜିଲ୍ଲା ବାସୀ ଜଣାଇଛନ୍ତି ଭବ୍ୟସମ୍ବର୍ଦ୍ଧନା।

ମାଲକାନଗିରି ଜିଲ୍ଲାର ଦୁଇ ଜଣ ରାମ ଭକ୍ତ ଦିନେଶ ପଟ୍ଟନାୟକ ଏବଂ ଲୁଲୁ ଭାଇ ଗତ ଡ଼ିସେମ୍ବର ମାସ ୨୦ ତାରିଖରେ, ମାଲକାନଗିରି ସହରରୁ ଅଯୋଧ୍ୟା ନଗରୀକୁ ଯିବା ପାଇଁ ପଦଯାତ୍ରା ଆରମ୍ଭ କରିଥିଲେ। ସେମାନେ ପ୍ରତ୍ୟେକ ଦିନ ପ୍ରାୟ ୪୦ ରୁ ୫୦ କିଲୋମିଟର ପାଦରେ ଚାଲି ଚାଲି ବହୁ ବାଧାବିଘ୍ନର ସମ୍ମୁଖିନ ହୋଇ,ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଅତିକ୍ରମ କରି ଜାନୁଆରୀ ୨୧ ତାରିଖରେ ଅଯୋଧ୍ୟା ନଗରୀକୁ ପହଞ୍ଚିଥିଲେ। ଏହାପରେ ଜାନୁଆରୀ ୨୨ ଏବଂ ୨୩ ତାରିଖରେ ଅଯୋଧ୍ୟା ନଗରୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରୀ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଦେଖିବା ସହିତ, ମନ୍ଦିର ଭିତରକୁ ଯାଇ ରାମଲାଲାଙ୍କୁ ଦର୍ଶନ କରିଥିଲେ। ଏହା ପରେ ସେମାନେ ଅଯୋଧ୍ୟା ନଗରୀରୁ ଶ୍ରୀକ୍ଷେତ୍ର ପୁରୀ ଯାଇ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରି ରବିବାର ସକାଳେ  ମାଲକାନଗିରିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 

ମାଲକାନଗିରି ପହଞ୍ଚିଲା ପରେ ମାଲକାନଗିରି ସହରର ଶହ ଶହ ସାଧାରଣ ଜନତା, ରାମ ଭକ୍ତ ଏବଂ ସମାଜସେବୀ ଜି, ଶ୍ରୀନିବାସ ରାଓ ( ଚିଟ୍ଟି ଭାଇ )  ଶିବ ପ୍ରସାଦ କୀର୍ତ୍ତନିୟା ଜୟ ଶ୍ରୀ ରାମ ଧ୍ଵନି ସହିତ, ଶୋଭାଯାତ୍ରା ସହକାରେ ସେମାନଙ୍କୁ ଘରେ ପହଞ୍ଚାଇ ଥିଲେ।  ମାଲକାନଗିରି ଜିଲ୍ଲାରୁ ପାଦରେ ଚାଲି ଚାଲି ,ଅଯୋଧ୍ୟା ନଗରୀକୁ ଯାଇ ରାମଲାଲାଙ୍କୁ ଦର୍ଶନ କରିଥିବାରୁ, ସ୍ଥାନୀୟ ଜନସାଧାରଣ ଗର୍ବ ଅନୁଭବ କରୁଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.