​​​​​​​ମାଲକାନଗିରି, ୬/୧୦ (ଆପ୍ର )ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଗାରିଆବନ୍ଧରେ ୨ ମହିଳା ମାଓବାଦୀଙ୍କ ସମେତ ମୋଟ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ତିନି ଜଣଙ୍କ ନାମରେ ୧ଲକ୍ଷ ଟଙ୍କା ପୁରସ୍କାର ଥିଲା।

ଗରିଆବନ୍ଦ ଜିଲ୍ଲାରେ ମାଓ ଦମନ ଅଭିଯାନ ଏକ ବଡ଼ ସଫଳତା ହାସଲ କରିଛି। ଡିଜିଏନ ଡିଭିଜନ ଏବଂ ଓଡ଼ିଶା ରାଜ୍ୟ କମିଟି ସହିତ ଜଡିତ ତିନି ଜଣ ସକ୍ରିୟ ମାଓବାଦୀ ସେମାନଙ୍କ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି ଦୁଇ ମହିଳା ମାଓବାଦୀ ଯେନି ଓ ମାନିଲା, ପୁରୁଷ ମାଓବାଦୀ ନାଗେଶ ଏକ ଦେଶୀ ବନ୍ଧୁକ ସହିତ ନିଜକୁ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଏହି ମାଓବାଦୀମାନେ ଦୀର୍ଘ ଦିନ ଧରି ମାଓ ସଂଗଠନରେ ସକ୍ରିୟ ଥିଲେ ଏବଂ ଅନେକ ବଡ଼ ହିଂସାକାଣ୍ଡ ଘଟଣାରେ ମଧ୍ୟ ଜଡିତ ଥିଲେ।

ତେବେ ଭାଙ୍ଗିବାରେ ଲାଗିଥିବା ମାଓ ସଙ୍ଗଠନ ନିଜର ସ୍ଥିତି ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ବେଳେ ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ଏମାନେ ପ୍ରଭାବିତ ହୋଇ ହିଂସାର ପଥ ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।