କଟକ, ୩।୧୧ : ଚୌଦ୍ୱାର ଜେଲ୍‌ର ପିଛା ଛାଡ଼ୁନି ବିବାଦ। ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକଙ୍କ ନାଁ ପବିତ୍ର ସାହୁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି। ପବିତ୍ର ଆତ୍ମହତ୍ୟା କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ପରେ ଜେଲ୍‌ରେ ଚାଞ୍ଚଲ୍ୟ ଖେଳି ଯାଇଛି । 

ବିଚାରାଧୀନ କଏଦୀ କାହିଁକି ଚରମ ନିଷ୍ପତ୍ତିନେଲେ ସେ ବାବଦରେ ସ୍ପଷ୍ଟ ସୂଚନା ନାହିଁ । ମୃତ୍ୟୁ ଘଟଣା ଏବେବି ରହସ୍ୟ ଘେରରେ ରହିଛି। ଜେଲର ସୁରକ୍ଷା ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏଥିପାଇଁ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଛି। କେତେବେଳେ କଏଦୀ ଜେଲର ପାଚେରୀ ଡେଇଁ ଖସି ପଳାଉଛନ୍ତି ତ ଆଉ କେତେବେଳେ ଜେଲର ଚାରିକାନ୍ଥ ଭିତରେ ଗୋଷ୍ଠୀ ସଂଘର୍ଷ ଭଳି ଘଟଣା ଘଟୁଛି।